
ଭୁବନେଶ୍ୱର ,ବାସ୍ତୁଶାସ୍ତ୍ର ଅନୁଯାୟୀ ରବିବାର ଦିନ କିଛି ବିଶେଷ ଉପାୟ କଲେ ସବୁ ସମସ୍ୟା ଦୂର ହେବାସହ ଜୀବନରେ ସୁଖ-ସମୃଦ୍ଧି ଆସିଥାଏ । ଢାଳରେ ପାଣି ନେଇ ସେଥିରେ ଟିକେ ସିନ୍ଦୁର ମିଶାଇ ବରଗଛ ମୂଳରେ ଅର୍ପଣ କରନ୍ତୁ। ଏହାସହ ହଳଦୀରେ ବରଗଛରେ ସ୍ୱସ୍ତିକ କରନ୍ତୁ।
ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦେବା ଉଚିତ।ଶୁଦ୍ଧ କସ୍ତୁରୀକୁ ହଳଦିଆ ବସ୍ତ୍ରରେ ବାନ୍ଧି ଘରର ଟ୍ରେଜେରିରେ ରଖିଦିଅନ୍ତୁ। ଜୀବନରେ ସର୍ବଦା ସୁଖ-ସମୃଦ୍ଧି ରହିବ।ରବିବାର ଦିନ ଟଙ୍କାପଇସା ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ।ଘରର ସବୁ ସଦସ୍ୟଙ୍କ ମଥାରେ ଚନ୍ଦନ ତିଳକ ଲଗାଇବା ଉଚିତ।ରବିବାର ଦିନ ମାଛଙ୍କୁ ଅଟା ଗୁଳା ତିଆରି କରି ଖାଇବାକୁ ଦେବା ଉଚିତ। ଏହା ଶୁଭ ଫଳଦାୟୀ ବୋଲି କୁହାଯାଏ।ରବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ଅବଶ୍ୟ ପାଠ କରିବା ଉଚିତ। ଏହାଦ୍ୱାରା ସୂର୍ଯ୍ୟଦେବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ।
କୁଣ୍ଡଳୀରେ ସୂର୍ଯ୍ୟଦେବ ଦୁର୍ବଳ ଥିଲେ କିମ୍ବା ଅଶୁଭ ଘରେ ବିରାଜମାନ ଥିଲେ ସୂର୍ଯ୍ୟଦେବଙ୍କ ଆରାଧନା ଅତ୍ୟନ୍ତ ଜରୁରୀ ।ରବିବାର ଦିନ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କୁ ଆରାଧନା କଲେ ଶୁଭ ଫଳଦାୟୀ ପ୍ରମାଣିତ ହୋଇଥାଏ ।



