ଜାତୀୟଶିକ୍ଷା

ସୋସିଆଲ ମିଡିଆ ଉପରେ କଟକଣା ଲଗାଇବା ଆରମ୍ଭ

ଭୁବନେଶ୍ୱର , ମାଲେସିଆରେ ଚଳିତ ବର୍ଷ ହୋଇଥିବା ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଦେଶରେ ଥିବା ଅଧାରୁ ଅଧିକ ଲୋକ ସୋସିଆଲ ମିଡିଆ ବ୍ଯାନ ହେଉ ବୋଲି ଚାହାନ୍ତି। ସର୍ଭେରେ ପ୍ରାୟ 72 ପ୍ରତିଶତ ଲୋକ ସୋସିଆଲ ମିଡିଆ ଉପରେ, କଟକଣା ଲଗାଇବା ଅପସନରେ କ୍ଲିକ କରିଥିଲେ। ଆସନ୍ତା ବର୍ଷ ଠାରୁ ଦେଶରେ, ସୋସିଆଲ ମିଡିଆ ଉପରେ କଟକଣା ଲଗାଇବା ପାଇଁ ଯୋଜନା କରୁଛନ୍ତି ମାଲେସିଆ ସରକାର।

ଅନ୍ଯପଟେ ଯଦି ଦେଖିବା, ଏହି ଦେଶ ସୋସିଆଲ ମିଡିଆ ନେଇ ଅନେକ କଟକଣା ମଧ୍ୟ ଲାଗୁ କରିଛି। ସାଇବର କ୍ରାଇମ ଅପରାଧ ବଢୁଥିବାରୁ ଏପରି ପଦକ୍ଷେପ ନିଆଯାଇଥିଲା।ମାଲେସିଆ କହିଛି ଯେ ଶିଶୁ-ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ଠାରୁ 16 ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟରେ ସାଇନ୍ ଅପ୍ କରିବାରୁ ମନା କରିବା ପାଇଁ ଯୋଜନା କରୁଛି।

ଯୋଗାଯୋଗ ମନ୍ତ୍ରୀ ଫାହମି ଫାଡଜିଲ କହିଛନ୍ତି,ଯେ ଅଷ୍ଟ୍ରେଲିଆ ସରକାର ଏବଂ ଅନ୍ୟ ଦେଶମାନେ ସୋସିଆଲ ମିଡିଆ ବ୍ଯାନ କରି ଏକ ଭଲ ପଦକ୍ଷେପ ହାତକୁ ନେଇଛନ୍ତି।ଏଥିରେ ଜାନୁଆରୀ ମାସରେ କାର୍ଯ୍ୟକାରୀ ହୋଇଥିବା ନୂତନ ନିୟମ ଅନୁଯାୟୀ ଦେଶରେ, ଆଠ ନିୟୁତରୁ ଅଧିକ ବ୍ୟବହାରକାରୀ ଥିବା ପ୍ଲାଟଫର୍ମ ଏବଂ ମେସେଜିଂ ସେବାଗୁଡ଼ିକୁ ଲାଇସେନ୍ସ ପାଇବା ଆବଶ୍ୟକ।

Related Articles

Back to top button