
ଭୁବନେଶ୍ୱର,ମାର୍କେଟରେ ବିକ୍ରି ହେଉଥିବା ଭଜା ବୁଟରେ ‘ଅରାମାଇନ’ ନାମକ କେମିକାଲ ମିଶାଯାଉଛି । ଅରାମାଇନ କପଡା ଓ ଲେଦରକୁ ରଙ୍ଗ ଦେବାରେ ବ୍ୟବହୃତ ହୁଏ ।
ଏହା ମଣିଷ ଶରୀର ପାଇଁ ଖୁବ୍ ହାନିକାରକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହି କେମିକାଲକୁ କ୍ୟାନ୍ସସର ସୃଷ୍ଟିକାରୀ ବୋଲି କହିଛି ।
ଭଜା ବୁଟରେ ଚମକ ବଢାଇବାକୁ ଅରାମାଇନ ବ୍ୟବହାର କରାଯାଉଛି । ଏହି କେମିକାଲ ହଳଦୀର ରଙ୍ଗ ଭଳି । ବୁଟ ଭଜା ଯିବା ପରେ ସେଥିରେ ଅରାମାଇନ ଗୁଣ୍ଡକୁ ପାଣିରେ ମିଶାଇ ବୁଟରେ ଢଳାଯାଉଛି ।
ଏହା ଦ୍ୱାରା ବୁଟ ଦେଖିବାକୁ ସୁନ୍ଦର, ସତେଜ ଲାଗୁଛି ଓ ଖାଇବାକୁ ବି କୁରକୁରା ଲାଗୁଛି । ତେଣୁ ନିୟମିତ ଏହି ଭଜା ବୁଟକୁ ଖାଇବା ଦ୍ୱାରା କ୍ୟାନ୍ସର ଭଳି ମାରାତ୍ମକ ରୋଗ ହୋଇପାରେ ବୋଲି କୁହାଯାଉଛି । ଭଜା ବୁଟକୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଭାବି ଖାଇଥାଉ ।
ଯଦି ଆପଣ ବି ବଜାରରେ ମିଳୁଥିବା ଏହି ଭଜା ବୁଟ ଖାଇବାକୁ ପସନ୍ଦ କରନ୍ତି, ତାହେଲେ ସଚେତନ ହୋଇଯାଆନ୍ତୁ ନଚେତ୍ ମାରାତ୍ମକ ରୋଗରେ ପଡିବେ ଆପଣ ।



