ଓଡ଼ିଶା

ଜମୁଛି ହିଙ୍ଗୁଳା ଯାତ୍ରା, ନାମ ସଂକୀର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ପରିବେଶ

ଚଣ୍ଡୀଖୋଲ() ଚଳିତ ବର୍ଷ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିତାପୁର ପଂଚାୟତ ରେ ହିଙ୍ଗୁଳା ଯାତ୍ରା । କଳସ ଯାତ୍ରାଠୁ ଆରମ୍ଭ ହୋଇ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ପ୍ରତିଦିନ ମାଙ୍କ ରୀତିନୀତି ଅନୁସାରେ ପୂଜାର୍ଚନା ଚାଲୁ ରହିଛି । ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ।

ଘଣ୍ଟଘଣ୍ଟା ସାଙ୍ଗକୁ ନାମ ସଂକୀର୍ତନ ରେ ପ୍ରକମ୍ପିତ ହେଉଛି ସମଗ୍ର ପରିଵେଶ । ମର୍ଜିତାପୁର ହିଙ୍ଗୁଳା ଯାତ୍ରାର ରହିଛି ଅନେକ ଖ୍ୟାତି । ମା ହିଙ୍ଗୁଳା ହେଉଛନ୍ତି ସାକ୍ଷାତ ଅଗ୍ନିଦେବୀ । ଭକ୍ତିର ସହ ମାଙ୍କୁ ଆରାଧନା କଲେ ମନୋବାଞ୍ଛା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । କରୋନା କଟକଣା କୋହଳ ହେବା ପରେ ଚଳିତ ବର୍ଷ ଧୁମଧାମ ରେ ହିଙ୍ଗୁଳା ଯାତ୍ରା ଆରମ୍ଭ ହୋଇଛି ।

ଭକ୍ତଙ୍କ ଆଗମନରେ ସମଗ୍ର ପରିବେଶ ହୋଇଛି ଭକ୍ତିମୟ । ଚଳିତ ବର୍ଷ ହିଙ୍ଗୁଳା ମହୋତ୍ସବକୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com