Featuredଜାତୀୟ

୧୧ ଦିନିଆ ଆମେରିକା ଗସ୍ତରେ ବୈଦଶିକ ମନ୍ତ୍ରୀ

୧୧ ଦିନିଆ ଆମେରିକା ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଏହି ଗସ୍ତ ଅବସରରେ ବିଦେଶ ମନ୍ତ୍ରୀ ଜାତିସଂଘର ମହାସଭା ସମେତ ଅନେକ ଗୁରୁତପୂର୍ଣ୍ଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବରିଷ୍ଠ ପଦାଧିକାରୀଙ୍କ ଆଲୋଚନା କରିପାରନ୍ତି । ବୈଦଶିକ ମନ୍ତ୍ରାଳୟ ଅନୁଯାୟୀ, ଏହି ଗସ୍ତ ଅବସରରେ ବିଦେଶ ମନ୍ତ୍ରୀ ଜି-୪ର ଏକ ବୈଠକରେ ଯୋଗଦେବେ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେବ । ଜି-୪ରେ ଭାରତ ସମେତ ବ୍ରାଜିଲ୍‌ , ଜାପାନ ଓ ଜର୍ମାନୀ ସାମିଲ ଅଛନ୍ତି । ବିଦେଶ ମନ୍ତ୍ରୀ ଜୟଶଙ୍କର ଜାତିସଂଘର ସୁରକ୍ଷା ପରିଷଦରେ ବ୍ୟାପକ ସୁଧାରକୁ ସୁନିଶ୍ଚିତତା କରିବାକୁ ଏଲ୍‌-୬୯ ସମୂହ ରାଷ୍ଟ୍ରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଭାଗ ନେବେ । ଏଲ୍‌-୬୯ ସମୂହରେ ଏସିଆ, ଆଫ୍ରିକା, ଲାଟିନ୍‌ ଆମେରିକା, କାରବିଆନ୍‌, ଛୋଟ ଛୋଟ ଦ୍ୱୀପରେ ବିକାଶଶୀଳ ଦେଶମାନେ ସାମିଲ ଅଛନ୍ତି । ବିଦେଶ ମନ୍ତ୍ରଣାଳୟ ଆହୁରୀ ମଧ୍ୟ କହିଛି ଯେ, ୧୮ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଦେଶ ମନ୍ତ୍ରୀ ଆମେରିକା ଗସ୍ତ କରିବେ । ଏହି ଅବସରରେ ସେ ନ୍ୟୁୟର୍କରେ ହେବାକୁ ଥିବା ଜାତିସଂଘର ୭୭ ତମ ସଂସ୍କରଣରେ ଯୋଗଦେବେ । ବିଦେଶ ମନ୍ତ୍ରୀ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ କରିବେ । ଏହାବ୍ୟତୀ କ୍ୱାର୍ଡ (QUAD), ବ୍ରିକ୍ସ (BRICS) ବୈଠକ ବ୍ୟତୀତ ଭାରତ-ଫ୍ରାନ୍ସ-ଅଷ୍ଟ୍ରେଲିଆ, ଭାରତ-ଫ୍ରାନ୍ସ-ୟୁଏଇ, ଭାରତ-ଇଣ୍ଡୋନେସିଆ-ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ରଙ୍କ ସହିତ ଆଲୋଚନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com