ଭାଇରାଲ୍ ଭିଡିଓ

ଭାରତୀୟ ଗୋ ସେବକଙ୍କ ପ୍ରେମରେ ରୁଷ ଯୁବତୀ

କୁହାଯାଏ ପ୍ରେମର କୌଣସି ଭାଷା ନଥାଏ । ପ୍ରେମକୁ ବୁଝିବା ପାଇଁ ଦୁଇଟି ମନ ହିଁ ଜଥେଷ୍ଟ । ପ୍ରେମ ଦେଖେ ନାହିଁ ଧନୀ କି ଗରିବ । ପ୍ରେମ ଦେଖେନାହିଁ ଶିକ୍ଷା ଗତ ଯୋଗତା । ଆଉ ପ୍ରୋମେରେ ନଥାଏ ବୟସର ବାଧକ । କେତେବେଳେ କେଉଁ ବୟସରେ କାହାକୁ ବି ପ୍ରେମ ହୋଇଥାଏ । ଏମିତି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ଆମ ଦେଶର ବୃନ୍ଦାବନରେ । ଧର୍ମର ନଗରୀ କୁହାଯାଉଥିବା ବୃନ୍ଦାବନକୁ ଦେଶ ତଥା ଦେଶ ବାହାରୁ ଅନେକ ଭକ୍ତ ଆସିଥାନ୍ତି । ଠିକ ସେମିତି ବୃଷ୍ଣଙ୍କ ଭକ୍ତିରେ ଆକର୍ଷିତ ହୋଇ ଜଣେ ଋଷୀୟ ଯୁବତୀ ଭାରତ ଆସିଥିଲେ । ଆଉ ସେଠାରେ ସେ ଜଣେ ଗୋପାଳଙ୍କ ପ୍ରେମରେ ପଡି ଏବେ ତାଙ୍କୁ ବିବାହ କରିଥିବା ଜଣାପଡିଛି ।

ତେବେ ଏହି ଯୁବତୀ ଜଣକ ହେଉଛନ୍ତି ଋଷରୁ ବୃନ୍ଦାବନ ଆସିଥିବା ୩୬ ବର୍ଷିୟ ୟୁନା । ସେ କୃଷ୍ଣଙ୍କ ପ୍ରେମରେ ବାନ୍ଧି ହୋଇ ବୃନ୍ଦାବନ ଚାଲିଆସିଥିଲେ । ଆଉ ସେଠାରେ ତାଙ୍କର ରାଜକରଣ ନାମକ ଜଣେ ଗୋପାଳଙ୍କ ସହ ଭେଟ ହୋଇଥିଲା । ରାଜକରଣ ଦିର୍ଘ ୨୦ ବର୍ଷ ଧରି ବୃନ୍ଦାବନରେ ରହିଆସୁଥିବା ବେଳେ ସେଠାରେ ଗୋସେବା କରୁଥିଲେ । ବୃନ୍ଦାବନରେ ୟୁନା ପହଞ୍ଚିବା ପରେ ରାଜକରଣଙ୍କ ସହ ମିଶି ଗୋସେବା ଆରମ୍ଭ କରିଥିଲେ । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଆଉ ପରବର୍ତ୍ତି ସମୟରେ ବିବାହ କରି ସାରା ଜୀବନ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ରାଜକରଣ ଏବଂ ୟୁନା ୨୦୨୩ ଏପ୍ରିଲରେ ହିନ୍ଦୁ ରିତିନିତି ଅନୁସାରେ ଏହି ମନ୍ଦିରରେ ବିବାହ କରିଥିଲେ । ସେବେଠାରୁ ଦୁହେଁ ଏକାଠି ମିଶି ଗୋ ସେବା କରିଆସୁଛନ୍ତି । ଏଥି ସହ ଦୁହେଁ ବୃନ୍ଦାବନର ଇସ୍କନ ମନ୍ଦିରକୁ ଯାଇ ଲୋକଙ୍କୁ ଖାଇବାକୁ ଦେବା ସହ ଧାର୍ମିକ ପୁସ୍ତକ ବେଂ ଚନ୍ଦନ ବାଣ୍ଟି ଥାନ୍ତି । ତେବେ ସବୁଠୁ ବଡ କଥା ହେୁଛି ରାଜକରଣଙ୍କ କୌଣସି ଶିକ୍ଷାଗତ ଯୋଗ୍ୟତା ନଥିବା ବେଳେ ସେ ହିନ୍ଦୀ ବି ଠିକ ଭାବେ କହିପାରନ୍ତି ନାହିଁ । ଏହା ସତ୍ୱେ ବି ୟୁନା ରାଜକରଣଙ୍କ ପ୍ରେମରେ ପଡି ତାଙ୍କୁ ବିବାହ କରି ହିନ୍ଦୁ ଘରର ବୋହୁ ସାଜିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com