ଓଡ଼ିଶା

ବହୁ ଚର୍ଚ୍ଚିତ ମନୀଷ ଦାସ ହତ୍ୟା ମାମଲା : ୩ ବନ୍ଧୁ ଅଭିଯୁକ୍ତ, ୩ ଶହରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର () ବହୁ ଚର୍ଚ୍ଚିତ ମନୀଷ ଦାସ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ପୋଲିସ । ୩ ଶହରୁ ଅଧିକ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଇନଫୋସିଟି ଥାନା ପୋଲିସ । ମାମଲାରେ ୩ ଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି ପୋଲିସ । ମନୀଷଙ୍କ ୩ ବନ୍ଧୁ ଦୀନେଶ, ମୃତ୍ୟୁଞ୍ଜୟ, ଅମରିତଙ୍କୁ ହତ୍ୟାକାରୀ ବୋଲି ଦର୍ଶାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ, ଡାଏଟମ୍ ରିପୋର୍ଟ, ଭିସେରା ରିପୋର୍ଟରୁ ମିଳିଥିବା ତଥ୍ୟ ଚାର୍ଜସିଟରେ ଉଲ୍ଲେଖ କରିଛନ୍ତି ତଦନ୍ତକାରୀ ଅଧିକାରୀ ।
୨୦୨୧ ମସିହା ଅକ୍ଟୋବର ୯ ତାରିଖରେ ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ସହ ବଚସା ହୋଇଥିଲା । ଏହାପରେ ମାରପିଟ୍ ବେଳେ ସାଙ୍ଗମାନଙ୍କ ମାଡରେ ମନୀଷଙ୍କ ମୃତ୍ୟୁ ହୋଇଥିଲା । ୨୦୨୧ ଅକ୍ଟୋବର ୧୦ ତାରିଖରେ ପାତ୍ରପୁର ନିକଟ ଏକ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com