ଜାତୀୟ

ହାଜତ ମୃତ୍ୟୁ ପୁଲିସର ପାଗଳପଣକୁ ଦର୍ଶାଉଛି, ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ତାଙ୍କୁ ପିଟୁଛନ୍ତି: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ଜେଲ୍ ଭିତରେ କଏଦୀଙ୍କ ମୃତ୍ୟୁକୁ ନେଇ ରାଗିଲେ ମାଡ୍ରାସ୍ ହାଇକୋର୍ଟ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ରାଜ୍ୟ ପୁଲିସ ବିଷୟରେ ଅଭିଯୋଗ ଶୁଣିବାକୁ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଉ ବୋଲି କୋର୍ଟ କହିଛନ୍ତି। କେବଳ ସେତିକି ନୁହେଁ, ଜେଲ୍‌ ଭିତରେ ମୃତ୍ୟୁ(କଷ୍ଟୁଡିଆଲ ଡେଥ୍) ସମ୍ପୃକ୍ତ ପୁଲିସଙ୍କର ପାଗଳପଣକୁ ଦର୍ଶାଉଛି ବୋଲି କୋର୍ଟ କହିଛନ୍ତି।

କୋର୍ଟ କହିଛନ୍ତି ” ହାଜତ ମୃତ୍ୟୁ ପୁଲିସ ପାଗଳ ହୋଇଯାଇଥିବା ଦର୍ଶାଉଛି। ମଣିଷର ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ତାଙ୍କୁ ପିଟୁଛନ୍ତି।” ପୁଲିସ ନାଁରେ ଗୋଟେ ଗ୍ୟାଙ୍ଗ ତିଆରି ହେଉଛି। ସେମାନେ ଜମି ହଡ଼ପ, ଦୁଷ୍କର୍ମ ଓ ହାଜତମୃତ୍ୟୁ ଭଳି ଘଟଣାରେ ସାମିଲ୍ ହେଉଛନ୍ତି। ଏସବୁ ଘଟଣାକୁ ଉତ୍ତମ ରାଜ୍ୟ ସରକାର ଭାବରେ ଯାଞ୍ଚ କରିବା ଉଚିତ୍। ମାମାଲାରେ ଶୁଣାଣି କରୁଥିବା ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ ଓ ଜଷ୍ଟିସ୍ ଏନ୍ ମାଲାଙ୍କ ପ୍ରଥମ ଖଣ୍ଡପୀଠ ଏହା କହିଛନ୍ତି। ଜଣେ ବିଚାରପତିଙ୍କୁ ଅଭିଯୋଗ କମିଟିର ମୁଖ୍ୟ ଭାବେ ନିଯୁକ୍ତି ଦେବାକୁ କାହିଁକି ପୁଲିସ ଡରୁଛି ବୋଲି ବିଚାରପତି ପ୍ରଶ୍ନ କରିଛନ୍ତି।

ଆଡ୍‌ଭୋକେଟ ସର୍ବାନନ ଦକ୍ଷିଣମୂର୍ତ୍ତି ଓ ପୂର୍ବତନ IPS ଅଫିସର ଏ.ଜି ମୌର୍ଯ୍ୟଙ୍କ ଦ୍ୱାରା ଆବେଦନ କରାଯାଇଥିବା ଏକ ମାମଲାରେ ବିଚାର କରୁଛନ୍ତି ମାଡ୍ରାଇହାଇକୋର୍ଟ। ଆବେଦନରେ ଦର୍ଶାଇଯାଇଛି ଯେ ଜିଲ୍ଲା ଓ ରାଜ୍ୟ ସ୍ତରରେ ପୁଲିସ ବିରୋଧରେ ଅଭିଯୋଗ ଶୁଣିବା ପାଇଁ ଅବସର ପ୍ରତାପ୍ତ ବିଚାପରତିଙ୍କୁ ଅଭିଯୋଗ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଉ ଗୃହ ବିଭାଗ ସଚିବ ନୁହେଁ। ତେଣୁ କୋର୍ଟ ତାମିଲ ନାଡୁ ପୁଲିସର ସଂଶୋଧନ ଆଣିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି। ବର୍ତ୍ତମାନ ଗୃହ ବିଭାଗ ସଚିବ ପୁଲିସ ଅଭିଯୋଗ କର୍ତ୍ତାଙ୍କର ମୁଖ୍ୟ ହୋଇଥିବାରୁ ଏହାକୁ ଅସାମ୍ବିଧାନିକ ବୋଲି ସେ ଦର୍ଶାଇଛନ୍ତି।

ସୂଚନା ଥାଉକି, ଆବେଦକଙ୍କ ମଧ୍ୟରୁ ଜଣେ ବରିଷ୍ଠ ଓକିଲ ଶତିଶ ପରାସରଣ  ୨୦୧୮ରେ ଆସିଥିବା ଏକ ରିପୋର୍ଟରେ ଜାଣିବାକୁ ପାଇଥିଲେ ଯେ ଅନ୍ୟ ଦକ୍ଷଣ ଭାରତୀୟ ରାଜ୍ୟ ଅପେକ୍ଷା ତେଲେଙ୍ଗାନାର ହାଜତ ମୃତ୍ୟୁ ସଂଖ୍ୟା ଅଧିକ। ଏହାପରେ ଏମ୍ପର୍କିତ ମାମଲା କୋର୍ଟରେ ହୋଇଥିଲା। ବର୍ତ୍ତମାନ ଏହାର ଶୁଣାଣି ଚାଲୁଥିବା ବେଳେ ପରବର୍ତ୍ତୀ ଶୁଣାଣି ଜୁନ ୨୪ରେ ହେବ ବୋଲି କୋର୍ଟ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com