ଓଡ଼ିଶା

ଘାଟିରେ ଦୁର୍ଘଟଣାରୁ ଅଳ୍ପେକେ ବର୍ତ୍ତିଲା ୧୬ ଚକିଆ ଟ୍ରକ, ବଞ୍ଚିଗଲେ ଡ୍ରାଇଭର ଓ ହେଲପର

ଦାରିଙ୍ଗବାଡ଼ି () ବୁଡ଼ାଗୁଡା-ବାଲିଗୁଡା ଜାତୀୟ ରାଜପଥ ଦେଇ ଏକ ଖାଲି ୧୬ ଚକିଆ ଟ୍ରକ ଫେରୁଥିବା ବେଳେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ସୂଚନା ମୁତାବକ ବୁଡ଼ାଗୁଡା ଠାରେ ସିମେଣ୍ଟ ଅନ୍‌ଲୋଡ କରି ଖାଲି ଟ୍ରକଟି ଫେରୁଥିବା ସମୟରେ ହଠାତ ଗଡାଣି ସହ ବୁଲାଣି ରାସ୍ତା ଆସିଯାଥିଲା । ହେଲେ ଡ୍ରାଇଭର୍‌ର ସାବଧାନତା ଯୋଗୁଁ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ।
ହେଲେ ଯେଉଁ ଘାଟିରେ ଟ୍ରକଟି ଅଟକି ରହିଛି ସେଠାରୁ ବୁଡ଼ାଗୁଡା ଆସିବାକୁ ହେଲେ ୧୪ କିଲୋମିଟର ଏବଂ ବାଲିଗୁଡା ଯିବାକୁ ହେଲେ ୧୪ କିଲୋମିଟର । ଏଭିଳି ଅବସ୍ଥାରେ ଅଟକି ରହିଥିବାରୁ କେତେବେଳେ ଟ୍ରକ ଉଦ୍ଧାର କରାଯିବ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ବୁଡ଼ାଗୁଡା, ଋତୁଙ୍ଗିଆ ଦେଇ ବାଲିଗୁଡା ଯିବା ପାଇଁ ଗୋଟିଏ ରାସ୍ତା ହୋଇଥିବାରୁ ଟ୍ରକଟି ଉଦ୍ଧାର ନହେବା ପର୍ଯ୍ୟନ୍ତ କୌଣସି ବସ, ଟ୍ରକ, ଆମ୍ବୁଲାନ୍ସ ଗାଡି ଯିବା ଆସିବା କରିବା ସମ୍ଭବ ହୋଇନଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com