ଅନ୍ୟାନ୍ୟ

ବାଚସ୍ପତି ଭାବେ କାମ କରିବେ ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ

ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଭାବେ କାମ କରିବେ ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ମଧ୍ୟପ୍ରଦେଶରେ କ୍ଷମତା ଦଖଲ କରିଥିବା ବିଜେପି ତୋମାର ବାଚସ୍ପତି ହେବେ ବୋଲି ଘୋଷଣା କରିଛି।

ତୋମାର କେନ୍ଦ୍ରର କୃଷି ମନ୍ତ୍ରୀ ଥିଲେ ମଧ୍ୟ ତାଙ୍କୁ ବିଜେପି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବାକୁ କହିଥିଲା। ସେ ଦିମାନି ଆସନରୁ ବିଜୟୀ ହୋଇଥିଲେ। ବିଧାୟକ ଭାବେ ତୋମାର ନିର୍ବାଚିତ ହେବାରୁ ସାଂସଦ ପଦ ଛାଡ଼ିଥିଲେ।

Related Articles

Back to top button