Featuredଜାତୀୟମନୋରଞ୍ଜନ

ଐଶଙ୍କ ସହ ଇଣ୍ଟିମେଟ୍‍ ସିନ୍‍ ବେଳକୁ ଥରିବାକୁ ଲାଗିଲେ ରଣବୀର

ହ୍ୟାଣ୍ଡସମ୍‍ ହିରୋଙ୍କ ୟେ ଦିଲ ହୈ ମୁସକିଲ...

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବଲିଉଡର ହ୍ୟାଣ୍ଡସମ ହିରୋ ରଣବୀର କପୁର କଲେ ବଡ଼ ଖୁଲାସା । ବଡ଼ ପରଦାରେ ଅନେକ ସୁନ୍ଦରୀଙ୍କ ସହ ରୋମାନ୍ସ କରିଥିବା ଚକଲେଟ ବୟ ଜଣେ ସୁନ୍ଦରୀଙ୍କ ସହ ରୋମାନ୍ସ କରିବାକୁ ଭୟ କରିଥିଲେ । ଆଉ ସେହି ସମୟରେ ତାଙ୍କ ହାତ ଥରୁଥିଲା । କଥାଟା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହେଲେ ଏକଥା ଆମେ କହୁନୁ । ରିଲ ଲାଇଫରୁ ରିଅଲ ଲାଇଫରେ ରୋମାନ୍ସ କରୁଥିବା ଚକଲେଟ ବୟ ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି । ତେବେ ସେ ଅଭିନେତ୍ରୀ ଜଣକ କିଏ ? କାହା ସହ ସହ ରୋମାନ୍ସ କରିବାକୁ ଏତେ ଡରିଥିଲେ ହ୍ୟାଣ୍ଡସମ ବୟ ରଣବୀର?

ସେ ଆଉ କେହି ନୁହନ୍ତି, ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ୟେ ଦିଲ ହୈ ମୁସକିଲ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ରଣବୀର ଓ ଐଶ୍ୱର୍ଯ୍ୟା । ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରିକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ । ତେବେ ରଣବୀର କହିଛନ୍ତି ଏଥିରେ ଏକ ରୋମାଣ୍ଟିକ ସିନ ଶୁଟିଂ କରାଯାଉଥିଲା । ଆଉ ଐଶଙ୍କ ସହ ଅନ୍ତରଙ୍ଗ ସମୟ ବେଳକୁ ସେ ଖୁବ୍‍ ଭୟଭୀତ ହୋଇଯାଇଥିଲେ । ଏପରିକି ଐଶ ପାଖକୁ ଆସିବାବେଳେ ତାଙ୍କ ଗାଲକୁ ଦେଖି ରଣବୀର ଥରିବାରେ ଲାଗିଥିଲେ । ତାଙ୍କ ହାତ ଜୋର୍‍ରେ ଥରିବାକୁ ଲାଗିଲା ଏବଂ ସେ ବ୍ୟସ୍ତ ବିବ୍ରତ ହୋଇଯାଇଥିଲେ । ଯେଉଁଥିପାଇଁ ସେ ଖୁବ୍‍ ଲଜ୍ଜିତ ଅନୁଭବ କରୁଥିଲେ ।

ଏହାପରେ ଐଶ୍ୱର୍ଯ୍ୟା ତାଙ୍କୁ ବୁଝାଇଥିଲେ ଯେ ଏହା କେବଳ ଅଭିନୟ ମାତ୍ର । ଏଥିରେ ଚିନ୍ତିତ ହେବାର କିଛି ନାହିଁ । ଏହା ସହ ରଣବୀର ମଜାଳିଆ ଢଙ୍ଗରେ କହିଛନ୍ତି ଐଶ୍ୱର୍ଯ୍ୟା ଏହି କଥା ଶୁଣିବା ପରେ ସେ ଭାବିଲେ ଯେ, ଆଗକୁ ଏଭଳି ସୁଯୋଗ ମିଳି ନପାରେ । ଏହା ମୋର ଶେଷ ସୁଯୋଗ ହୋଇପାରେ । ଯାହାପରେ ସେ ଏହି ଦୃଶ୍ୟକୁ ଭଲ ଭାବରେ ଶୁଟ କରିଥିବା କହିଛନ୍ତି । ରଣବୀର ଆହୁରି ମଧ୍ୟ କହିଛନ୍ତି ଯେ ଐଶ୍ୱର୍ଯ୍ୟାଙ୍କ ସହ ଏହି ସିନ ପରେ ଫ୍ୟାନ୍‍ମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ରଣବୀର ଐଶ୍ୱର୍ଯ୍ୟାଙ୍କୁ ଅପମାନିତ କରିଛନ୍ତି ବୋଲି କହିଥଲେ । ହେଲେ ଏଭଳି ପରିସ୍ଥିତିରେ ରଣବୀର ଟ୍ରୋଲରମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି । ସେ ଐଶ୍ୱର୍ଯ୍ୟାଙ୍କୁ ବହୁତ ସମ୍ମାନ କରନ୍ତି ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com