ଅନ୍ୟାନ୍ୟ

ମାଓ ଦମନ ପାଇଁ ଜଏଣ୍ଟ ଟାସ୍କ ଫୋର୍ସ

ଭୁବନେଶ୍ୱର, ୦୪/୧୧/୨୦୨୨ –   ଓଡ଼ିଶା – ଛତିଶଗଡ ସୀମାର ଦୁର୍ବଳ ପୋଲିସ ବ୍ୟବସ୍ଥାର ଫାଇଦା ଉଠାଇ ଗରିଲା ଆକ୍ରମଣ ଜରିଆରେ ନକ୍ସଲଙ୍କୁ ଯେଉଁ ସଫଳତା ମିଳିଥିଲା ତାହା ଆଉ ସମ୍ଭବ ହେବନାହିଁ । ନକ୍ସଲଙ୍କୁ ଦମନ ସହ ସେମାନଙ୍କ ପ୍ରତିଟି ଚାଲକୁ ପଣ୍ଡ କରିବାକୁ ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ କଠୋର ଆଭିମୁଖ୍ୟ ନେଇଛନ୍ତି । ତଦନୁଯାୟୀ ଦୁଇ ରାଜ୍ୟର ପୋଲିସ ବାହିନୀକୁ ନେଇ ଏକ ଜଏଣ୍ଟ ଟାସ୍କଫୋର୍ସ ଗଠନ କରାଯିବ । ଏଥିରେ ଦୁଇ ରାଜ୍ୟର ବଛା ବଛା ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ ।

ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାପାଇଁ ସିଆରପିଏଫ୍, ଡିଭିଏଫ ଏସଓଜି ଏବଂ ଦୁର୍ଦ୍ଦୁଷ କୋବ୍ରା ଫୋର୍ସକୁ ସାମିଲ କରାଯିବ । ଏମାନେ ନକ୍ସଲଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିବ ।ସହ ତୁହାକୁ ତୁହାକୁ କମ୍ବିଂ ଅପରେସନ ଜରିଆରେ ସମୋନଙ୍କ ସମସ୍ତ ଉଦ୍ୟମକୁ ପଣ୍ଡ କରିବେ । ଶୁକ୍ରବାର ନୂଆପଡ଼ା ଜିଲ୍ଲା ଗୁଇନ୍ଦା ଏବଂ ଅପରେସନ କେନ୍ଦ୍ର ଉଦଘାଟନ ପରେ ପୋଲିସ ମହାନିର୍ଦ୍ଦେଶକ ଏଭଳି ସୂଚନା ଦେଇଛନ୍ତି । ଏହି ଅବସରରେ ନୂଆପଡ଼ା-ମାଓ ସ୍ଥିତି ସମୀକ୍ଷା କରିବା ସହ ଜିଲ୍ଲା ମୁଖ୍ୟାଳୟରେ ସମସ୍ତ ଅଧିକାରୀଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି ।

ପ୍ରଥମେ ହେଲିକପ୍ଟର ଯୋଗେ ସ୍ଥାନୀୟ ଗୋତମା ଏୟରଷ୍ଟ୍ରିପରେ ପହଞ୍ଚି ଜିଲ୍ଲା ମୁଖ୍ୟାଳୟକୁ ଆସିଥିଲେ । ପରେ ପୁଲିସ ମୁଖ୍ୟାଳୟ ପରିସରରେ ନିର୍ମିତ ଏକ କୋଟି ଛତିଶ ଲକ୍ଷ ଟଙ୍କାରେ ନିର୍ମିତ ଜିଲ୍ଲା ଗୁଇନ୍ଦା ଏବଂ ଅପରେସନ କେନ୍ଦ୍ରର ଉଦଘାଟନ କରିଥିଲେ । ନୂଆପଡ଼ା ଜିଲ୍ଲା ପଡୋଶୀ ଛତିଶଗଡ଼ ସୀମାନ୍ତରେ ରହିଥିବାରୁ ଆଗକୁ ଦୁଇ ରାଜ୍ୟ ମଧ୍ୟରେ ଜଏଣ୍ଟ ଟାସ୍କ ଫୋର୍ସ ଅଧୀନରେ ରହିବ । ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କ ସହିତ ଗୁଇନ୍ଦା ବିଭାଗ ମହନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇଜି ଅମିତାଭ ଠାକୁର , ଆଇନ ଶୃଙ୍ଖଳାର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ  ଆର. କେ ଶର୍ମା ଏବଂ  ରାଜେଶ ପଣ୍ଡିତ ପ୍ରମୁଖ ଯୋଗ ଦେଇଥିଲେ । ତେବେ ମାଓବାଦୀମାନେ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ ଆହ୍ଵାନ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com