ନୂଆଦିଲ୍ଲୀ() ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏବେ ସବୁଦିନ ବଦଳୁଛି। ଏ ବାବଦେ ମଙ୍ଗଳବାର ଲୋକସଭାରେ ଜବାବ ରଖିଛନ୍ତି ସରକାର, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଲୋକସଭାରେ ତୈଳ ମୂଲ୍ୟ ବୃଦ୍ଧିର ଜବାବ ରଖି ଆମେରିକା ଓ ବ୍ରିଟେନ ତୁଳନାରେ ମାତ୍ର ୫ରୁ ୧୦ ପ୍ରତିଶତ ଅଧିକ ରହୁଥିବା କହିଛନ୍ତି।
ସେ କହିଛନ୍ତି ଯେ ଉପୁଜିଥିବା ପରିସ୍ଥିତିରେ ଆମେରିକାରେ ପେଟ୍ରୋଲିୟମ ମୂଲ୍ୟ ୫୧ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ କାନାଡାରେ ୫୨, ଜର୍ମାନ ଓ ବ୍ରିଟେନରେ ୫୫ ଏବଂ ସ୍ପେନରେ ୫୮ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଛି। ସେହି ତୁଳନାରେ ଦେଖିବାକୁ ଗଲେ ଭାରତରେ ମାତ୍ର ୫ ପ୍ରତିଶତ ମୂଲ୍ୟ ବୃଦ୍ଧି ଅତ୍ୟନ୍ତ ନଗଣ୍ୟ ବୋଲି ପୁରୀ କହିଛନ୍ତି। । ଉଲ୍ଲେଖଯୋଗ୍ୟ ଯେ ପେଟ୍ରୋଲ ଓ ଡିଜେଲ ଦର ମଙ୍ଗଳବାର ପୁଣି ବଢିଛି। ଏଥର ଲିଟର ପିଛା ପୁଣି ୮୦ ପଇସା ବଢିଥିବା ବେଳେ ଗତ ୨ ସପ୍ତାହରେ ମୋଟ ୯ ଟଙ୍କା ୨୦ ପଇସା ବଢିଲାଣି।
Pradhan Mantri Jan Dhan LOOT Yojana pic.twitter.com/OQPiV4wXTq
— Rahul Gandhi (@RahulGandhi) April 4, 2022
ତୈଳ କମ୍ପାନୀଙ୍କ ପକ୍ଷରୁ ଜାରି ମୂଲ୍ୟ ଅଧିସୂଚନା ଅନୁସାରେ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୩ଟଙ୍କା ୮୧ ପଇସା ପୁଣି ୮୦ ପଇସା ସଂଯୁକ୍ତ ହୋଇ ୧୦୪ ଟଙ୍କା ୬୧ ପଇସା ଦରରେ ବିକ୍ରି ହେଉଛି। ସେହିପରି ୯୫ଟଙ୍କା ୭ ପଇସା ଦରରେ ବିକ୍ରି ହେଉଥିବା ଡିଜେଲ ୮୦ ପଇସା ବୃଦ୍ଧି ସହ ୯୫ଟଙ୍କା ୮୭ ପଇସାକୁ ପହଞ୍ଚିଛି। ଏହି ସମୟରେ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୭୬ ପଇସା ବଢିଛି। ଫଳରେ ଲିଟର ପିଛା ପେଟ୍ରୋଲ ଦର ୧୧୧ଟଙ୍କା ୫୪ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ୧୦୧ ଟଙ୍କା ୨୯ ପଇସାକୁ ପହଞ୍ଚିଛି।
सुबह भले ही ‘मंगलवार’ वाली हो,
मग़र रोज़ ‘महंगाई का अमंगल’ जारी है !#FuelLooT की 13वीं क़िस्त में आज भी
सुबह पेट्रोल/डीज़ल ₹0.80/L और महंगा🔺15 दिन में #PetrolDieselPriceHike की जेब कटौती ₹9.20/L तक पहुंच गयी..🔺
मोदी जी, हर रोज़ ये ‘महंगाई की तलवार’ कब तक काटती रहेगी ? pic.twitter.com/6fdoCf4TfT
— Randeep Singh Surjewala (@rssurjewala) April 5, 2022
ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦେଶରେ ପେଟ୍ରୋଲ ଡ଼ିଜେଲ ମୂଲ୍ୟ ବୃଦ୍ଧିକୁ ସଂସଦରେ ‘ପ୍ରଧାନମନ୍ତ୍ରୀ ଜନଧନ ଲୁଟ’ ଯୋଜନା ବୋଲି କହିଥିଲେ। ଏ ନେଇ ଏକ ଟ୍ୱିଟ୍ କରିଥିବା ବେଳେ ୨୦୧୪ ୟୁପିଏ ସରକାର କାଳର ଦର ତୁଳନାରେ ଏବେକା ଦରର ଏକ ଗ୍ରାଫ ମଧ୍ୟ ସେୟାର କରିଛନ୍ତି। ସେହିପରି କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେୱାଲା ମଧ୍ୟ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ସକାଳ ଆଉ ପୂର୍ବ ଭଳି ହେଉନଥିବା ଉଲ୍ଲେଖ କରିଛନ୍ତି। କିଛି ନା କିଛି ଦରବୃଦ୍ଧି ଦୁଶ୍ଚିନ୍ତାରେ ଲୋକଙ୍କ ନିଦ ଭାଙ୍ଗୁଥିବା ସେ ଉଲ୍ଲେଖ କରିଛନ୍ତି।