ଜାତୀୟ

ଋଷ-ୟୁକ୍ରେନ ଯୁଦ୍ଧ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଲେ ବୈଠକ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ ଡକାଇଛନ୍ତି । ଏହି ବୈଠକରେ ଯୋଗଦେବେ ବୈଦେଶିକ ମନ୍ତ୍ରୀ ଓ କ୍ୟାବିନେଟ ସଚିବ । ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବା ଉପରେ ହୋଇପାରେ ଆଲୋଚନା । ୟୁକ୍ରେନ ଦୂତାବାସ କିଛି ସମୟ ପୂର୍ବରୁ ଭାରତର ସହଯୋଗ ଲୋଡ଼ିଥିଲା । ଶାନ୍ତି ସ୍ଥାପନ ନେଇ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲା ୟୁକ୍ରେନ ।

ୟୁକ୍ରେନ ରାଷ୍ଟ୍ରଦୂତ ଇଗୋର ପୋଲଖା କହିଥିଲେ ଯେ ଭାରତ ଓ ରୁଷର ସମ୍ପର୍କ ଭଲ ଅଛି । ୟୁକ୍ରେନ-ରୁଷ ବିବାଦକୁ ନିୟନ୍ତ୍ରଣ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ । ଏଭଳି ସ୍ଥିତିରେ ପୁଟିନଙ୍କ ସହ ମୋଦୀଙ୍କ ଆଲୋଚନା ଫଳପ୍ରଦ ରହିବ । ମାମଲାରେ ମୋଦୀ ହସ୍ତକ୍ଷେପ କରି ପୁଟିନଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରୁଛୁ । ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରୁଛୁ କି ସେ ତୁରନ୍ତ ରୁଷର ରାଷ୍ଟ୍ରପତି ପୁଟିନ୍ ଓ ଆମ ରାଷ୍ଟ୍ରପତି ଭଲୋଡିମିର ଜେଲେନକ୍ସିଙ୍କ ସହ ଯୋଗାଯୋଗ କରନ୍ତୁ । ଆଲୋଚନା ଦ୍ୱାରା ବିବାଦର ସାମଧାନ ହୋଇପାରିବ ।’

Related Articles

Back to top button
WP Twitter Auto Publish Powered By : XYZScripts.com