ଅନ୍ତର୍ଜାତୀୟ

ନାଇଜେରିଆରେ ବିସ୍ଫୋରଣ; ୫୦ରୁ ଅଧିକ ମୃତ

ନାଇଜେରିଆରେ ଭୟଙ୍କର ବିସ୍ଫୋରଣ । ବୋମା ମାଡ଼ରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ସୂଚନା । ଏଥିରେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ସ୍ଥାନୀୟ ହସ୍ପିଟାଲରେ ଭର୍ଭି କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଥିବା ବେଳେ ବୁଧବାର ସରକାରଙ୍କ ପକ୍ଷରୁ ତଥ୍ୟ ପ୍ରକାଶ କରାଯାଇଛି ।
ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟ ନସାରାୱା ବେନ୍ୟୁ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅନେକ ଗୋପାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, କିଛି ଗୋ-ରକ୍ଷକ ଗୋରୁ ଗୁଡିକୁ ନସାରାୱାରୁ ବେନ୍ୟୁ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଛି । ଵିସ୍ଫୋରଣରେ ଅନେକ ଗୋପାଳକଙ୍କ ମୃତ୍ୟୁ ହୋଇଛି  କିଛି ଗୋ ରକ୍ଷକ ଗୋରୁ ଗୁଡିକୁ ନାସାରାଉଆରୁ ବେନ୍ୟୁ ନେଇ ଯାଉଥିବାବେଳେ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଅଟକାଇ ପଚରାଉଚରା କରିଥିଲେ।

ଏହି ସମୟରେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସେଠାରେ ବେଶ୍ କିଛି ମିନିଟ ସବୁକିଛି ଧୁଆଁ ଧୁଆଁ ହୋଇଯାଇଥିଲା । ବିସ୍ଫୋରଣରେ ୫୦ରୁ ଉର୍ଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତରଙ୍କ କୌଣସି ତଥ୍ୟ ମିଳିନାହିଁ । ଘଟଣାକୁ ନେଇ ନସାରାୱା ରାଜ୍ୟପାଳ ଦୁଃଖ ପ୍ରକାଶ କରିଛନ୍ତି । ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୃତ୍ୟୁସଂଖ୍ୟା ପ୍ରକୃତରେ କେତେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଜଣାପଡ଼ିନାହିଁ । ସ୍ଥାନୀୟ ଅଞ୍ଚଳକରୁ ଘେରାବନ୍ଦୀ ଛାନବିନ୍‌ କରୁଛି ସୁରକ୍ଷା ଏଜେନ୍ସି । ଖୁବଶୀଘ୍ର ଆକ୍ରମଣକାରୀଙ୍କ ଖୋଜି ବାହାର କରାଯିବ ବୋଲି ସରକ୍ଷା ଅଧିକାରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com