ଜାତୀୟ

ଫ୍ରାନ୍ସ ରାଷ୍ଟ୍ରପତି ହେବେ ଚଳିତ ବର୍ଷର ଗଣତାନ୍ତ୍ର ଦିବସ ଅତିଥି

ପ୍ରତିବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ଜଣେ ବିଦେଶୀ ନେତା ମୁଖ୍ୟ ଅତିଥି ହେବାର ପରମ୍ପରା ରହିଛି । ଏହି କ୍ରମରେ ଚଳିତ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ମୁଖ୍ୟ ଅତିଥୀ ପାଇଁ ନିମନ୍ତ୍ରଣ କରାଯାଇଥିଲା । ହେଲେ କୌଣସି କାରଣରୁ ସେ ଉପସ୍ଥିତ ରହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାପରେ ଭାରତ ତରଫରୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋଙ୍କୁ ନିମନ୍ତ୍ରଣ କରାଯାଇଛି । ଯଦି ମାକ୍ରୋ ଏହି ନିମନ୍ତ୍ରଣକୁ ସ୍ୱୀକାର କରନ୍ତି ତେବେ ସେ ଷଷ୍ଠ ଥର ପାଇଁ ମୁଖ୍ୟ ଅତିଥୀ ହେବାକୁ ଯାଉଛନ୍ତି ।

୯୭୬ ମସିହାରୁ ଏପର୍ଯ୍ୟନ୍ତ ଭାରତ ୫ଥର ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥୀ ଭାବେ ସାମିଲ କରିଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫ୍ରାନ୍ସର ବେଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ । ଏହି ପରେଡରେ ଯୋଗ ଦେବାରେ ମୋଦୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଏହି ପରେଡରେ ଭାରତୀୟ ରାଫାଲ ମଧ୍ୟ ତାର ପରାକାଷ୍ଠା ଦେଖାଇଥିଲା ।

ସେପଟେ ନିମନ୍ତ୍ରଣକୁ ଗ୍ରହଣ ନକରିବା ପଛରେ ଜୋ-ବାଇଡେନଙ୍କର କଣ ରହିଛି କାରଣ ସେନେଇ ଆମେରିକୀୟ ରାଜଦୂତ ଏରିକ ଗୋସେଟୀ କହିଛନ୍ତି କି, ଭାରତ ତରଫରୁ ନିମନ୍ତ୍ରଣକୁ ବ୍ୟସ୍ତତା କାରଣରୁ ଜୋ-ବାଇଡେନ ଅଗ୍ରାହ୍ୟ କରିଛନ୍ତି । ଏହାସହ ଜାନୁଆରୀ ମାସରେ ଭାରତରେ ହେବାକୁ ଥିବା କ୍ୱାଡ ସମ୍ମିଳନୀକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ବୈଠକ ଜାନ୍ରୁଆରୀ ୨୬ ତାରିଖ ପାଖା ପାଖି ହେବାର ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com