ଓଡ଼ିଶା

ପୁରୀରେ ହେବାକୁ ଥିବା ପଦଯାତ୍ରା ଉପରେ ପ୍ରଶାସନର ରୋକ

ପୁରୀ() ଶ୍ରୀମନ୍ଦିର ଚାରି ପାଖରେ asi ଓ nma ର ବିନା ଅନୁମତି ଚାଲିଥିବା ଖନନ ଓ ସ୍ଥାୟୀ ନିର୍ମାଣ କୁ ବିରୋଧ କରି ଆସନ୍ତାକାଲି ପୁରୀରେ ହେବାକୁ ଥିବା ପଦଯାତ୍ରା ଉପରେ ରୋକ ଲଗାଇଛି ପ୍ରଶାସନ । ପୁରୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କା କୁ ଦେଖାଯାଇ ପ୍ରଶାସନ ଏହି ପଦଯାତ୍ରା ଉପରେ ରୋକ ଲଗାଇଛି ।

ତେବେ ଆଇନ କୁ ସନମାନ ଜଣାଇ କଣ ଆଉ ପଦକ୍ଷେପ ନେଇ ହେବ ସେ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସହ ଆଲୋଚନା ପରେ ପଦଯାତ୍ରା ସଂପର୍କ ରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ର କର୍ମକର୍ତା କହିଛନ୍ତି । ଆଜି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ର କର୍ମକର୍ତ୍ତା ପୁରୀ ଜିଲାପାଳ ଙ୍କୁ ଭେଟି ପଦଯାତ୍ରା ସମ୍ପର୍କ ରେ ଅବଗତ କରିବା ସହ କାର୍ଯ୍ୟକ୍ରମ ଆୟୋଜନ ନେଇ ଅନୁମତି ଲୋଡିଥିଲେ ।

ହେଲେ ଜିଲ୍ଲା ପ୍ରଶାସନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କା ରେ ଏହି ପଦଯାତ୍ରା ଉପରେ ରୋକ ଲଗାଇଛି । ଶ୍ରୀମନ୍ଦିର ଚାରି ପାଖ ରେ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ତଥା NMA ବିନା ଅନୁମତି ରେ ଖନନ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିବାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇ ଆସୁଛି । ଏହା ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ରହିଥିବା ଆଶଙ୍କା କରାଯାଇଛି। ଏହି ବେଆଇନ କାର୍ଯ୍ୟ ବନ୍ଦ ରଖିବା ଦାବି ରେ ଆସନ୍ତା କାଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ନେତୃତ୍ୱରେ ଗୁଣ୍ଡିଚା ମନ୍ଦିର ରୁ ଶ୍ରୀମନ୍ଦିର ଜାଏ ପଦଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ରହିଥିଲା। ହେଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ପଦଯାତ୍ରା ଉପରେ ରୋକ ଲଗାଇ ଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com