ଓଡ଼ିଶା

ପୁଣିଥରେ ଧରା ପଡିଲା ନକ୍ସଲଙ୍କ ଷଡଯନ୍ତ୍ର

ପୁଣିଥରେ ଧରା ପଡିଲା ନକ୍ସଲଙ୍କ ଷଡଯନ୍ତ୍ର । କୁମ୍ବିଂ ଅପରେସନ୍ ବେଳେ ନକ୍ସଲ କ୍ୟାମ୍ପକୁ ଧ୍ବଂସ କଲେ ଯବାନ । ସୂଚନା ଅନୁସାରେ, ବୌଦ୍ଧରେ ଯବାନଙ୍କୁ ମିଳିଛି ସଫଳତା ।

କୁମ୍ବିଂ ଅପରେସନ୍ ବେଳେ ନକ୍ସଲମାନଙ୍କର ସାମଗ୍ରୀକୁ ଜବତ କରିଛନ୍ତି ଯବାନ । ଘଟଣାସ୍ଥଳରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ଯବାନମାନେ ମାଓ ସାମଗ୍ରୀକୁ ଜବତ କରିଥିଲେ । ଘଟଣାସ୍ଥଳରୁ ଯବାନମାନେ IED ଲ୍ୟାଣ୍ଡମାଇନ, ବିଦ୍ୟୁତ୍ ତାର ସହିତ ବହୁ ବିସ୍ଫୋରକ ଜବତ କରିଛନ୍ତି । ଏ ପର୍ଯ୍ୟନ୍ତ ମଧ୍ୟ ଯବାନମାନେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

ନକ୍ସଲମାନେ ପ୍ରଥମେ ଯବାନମାନଙ୍କ ଉପରକୁ ଗୁଳିଚାଳନ ଆରମ୍ଭ କରିଥିଲେ । ପରେ ଯବାନମାନେ ନକ୍ସଲମାନଙ୍କ ଉପରକୁ ଗୁଳିଚାଳନ କରିବା ସମୟରେ ମାଓ ସାମଗ୍ରୀକୁ ଜବତ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com