ଅନ୍ୟାନ୍ୟ

ମା\’ କୋଳ ହୋଇଗଲା ଶୂନ୍ୟ, ଏକାବେଳେ ଚାଲିଗଲେ ୪ ପୁଅଝିଅ

ହସଖୁସିରେ ପାଟି ପଡୁଥିଲା ଘର । ଆନନ୍ଦ ମନରେ ଖେଳୁଥିଲେ ୪ ଭାଇ ଭଉଣୀ । କିନ୍ତୁ ଏହି ଖେଳ ଯେ ସେମାନଙ୍କ ଜୀବନର ଶେଷ ଖେଳ ହେବ ତାହା କେହି ବି ଭାବି ନଥିଲେ । ଏକା ସାଙ୍ଗରେ ହାତ ଧରାଧରି ହୋଇ ୪ ଜଣ ଚାଲିଗଲେ ଆରପାରିକୁ ।

ମାତ୍ର କେଇ ମିନିଟରେ ଶୂନ୍ୟ ହୋଇଗଲା ମାର କୋଳ । ଘଟଣାନୁସାରେ ଖେଡା ଗାଁର ବିରେନ୍ଦ୍ର କୁମାରଙ୍କ ଘର ବାରଣ୍ଡାରେ ଏକ ପଙ୍ଖା ରହିଥିଲା । ସନ୍ଧ୍ୟା ସମୟରେ ୪ ଭାଇ ଭଉଣୀ ଏକାଠି ଖେଳୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସେହି ପଙ୍ଖାକୁ ଛୁଇଁ ଦେଇଥିଲା । ଏହି ସମୟରେ ଶିଶୁଟିକୁ କରେଣ୍ଟ ମାରିବାରୁ ସେ ଛାଟିପିଟି ହୋଇଥିଲା । ଏହାଦେଖି ତାକୁ ବଞ୍ଚାଇବାକୁ ଅନ୍ୟ ଭାଇ ଭଉଣୀ ଦୌଡି ଯାଇଥିଲେ । ମାତ୍ର ଛୋଟ ପିଲା ହୋଇଥିବାରୁ କରେଣ୍ଟର ଭୟାବହତାକୁ ନଜାଣି ସେ ଛଟପଟ ହେଉଥିବା ଧରି ପକାଇଥିଲେ । ଯେଉଁଥିପାଇଁ ୪ ଜଣଙ୍କୁ କରେଣ୍ଟ ଲାଗିଥିଲା ।

ପିଲାମାନଙ୍କ ଚିତ୍କାର ଶୁଣି ପଡିଶା ଲୋକ ଧାଇଁ ଆସିଥିଲେ ମଧ୍ୟ ସେମାନଙ୍କୁ ଉଦ୍ଧାର କରିପାରିନଥିଲେ । ମୃତ ଶିଶୁମାନେ ହେଉଛନ୍ତି ୯ ବର୍ଷର ମୟଙ୍କ, ୮ ବର୍ଷର ହିମାଂଶୀ, ୬ ବର୍ଷର ହିମାଙ୍କ ଏବଂ ୫ ବର୍ଷର ମାନସୀ । ପିଲାମାନଙ୍କ ପିତାମାତା ବିଲକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା । ନିଜର ୪ ଛୁଆଙ୍କୁ ହରାଇ ମା’ ଏକ ପ୍ରକାର ପାଗେଳି ହୋଇପଡିଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ବାପା ।

ଘରେ ୱାୟରିଂ ବ୍ୟବସ୍ଥା ନଥିବା ବେଳେ କେବଳ ଆର୍ଥିଙ୍ଗର ବ୍ୟବସ୍ଥା ରହିଥିଲା । ପଙ୍ଖା ମଧ୍ୟ ସମ୍ପୂର୍ଣ୍ଣ ଲୁହାର ଥିବାରୁ ଏଭଳି ଅଘଟଣ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଏହି ଅଭାବନୀୟ ଦୁଃଖଦ ଘଟଣାଟି ଉତ୍ତର ପ୍ରଦେଶ ଉନ୍ନାଓ ଜିଲ୍ଲାର ବାରସଗୱର ଥାନା ଅନ୍ତର୍ଗତ ଲାଲମାନ ଖେଡା ଗାଁରେ ଘଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com