Breaking NewsFeaturedଅନ୍ତର୍ଜାତୀୟଜାତୀୟମନୋରଞ୍ଜନ

ଭୁଲିଯିବେ Mission Impossible-7ରେ ଟମ୍ କୃଜ୍‌ଙ୍କ ଆକ୍ସନ, ଦେଖନ୍ତୁ Bollywoodର ଏହି Action Film

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମିସନ ଇମ୍ପସିବଲ୍ ୭ରେ ଟମ କୃଜ୍‌ଙ୍କ  ଦୁଃସାହସିକ ଆକ୍ସନ ଶୈଳୀ ପୁଣି ଦେଖିବାକୁ ମିଳିଛି । ଆକାଶରେ ବିମାନରୁ ମାଟି ପର୍ଯ୍ୟନ୍ତ ସେ ଆକ୍ସନ ମାମଲାରେ ସେ କୌଣସି ସ୍ଥାନ ଛାଡ଼ି ନାହାନ୍ତି । ଏହି ଫିଲ୍ମର ପ୍ରତ୍ୟେକ ପାର୍ଟରେ ତାଙ୍କର ଜବରଦସ୍ତ ଏକ୍ସନ ପାଇଁ ଏକ ଭିନ୍ନ ସ୍ତରର ଚର୍ଚ୍ଚା ସୃଷ୍ଟି କରିଛି । ହଲିଡର ଆକ୍ସନ ଫିଲ୍ମ ପାଇଁ ପାଗଳ ଲୋକମାନେ ଏହି ଫିଲ୍ମ ଦେଖିବା ପରେ ବଲିଉଡର କିଛି ଏକ୍ସନ ଫିଲ୍ମକୁ ନିହାତି ଦେଖିବା ଉଚିତ୍ । କାରଣ ବଲିଉଡର କିଛି ଏମିତିି ଆକ୍ସନ ଫିଲ୍ମରହିଛି ଯାହାକୁ ଦେଖିବା ପରେ ଆପଣ ସବୁ ଆକ୍ସନ ଭୁଲି ଯିବେ।

ଆସନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ କେଉଁ ଫିଳ୍ମ ରହିଛି ।

  • ଖିଲାଡି (୧୯୯୨)

ଏହା ସେହି ଫିଲ୍ମ ଯାହା ଅକ୍ଷୟ କୁମାରଙ୍କୁ ଖିଲାଡ଼ି କୁମାର ନାଁର ପରିଚୟ ଦେଇଥିଲା । ସମ୍ପୂର୍ଣ୍ଣ ଫିଲ୍ମରେ ସସ୍‌ପେନ୍ସ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ । ଫିଲ୍ମରେ ଅକ୍ଷୟ କୁମାର ଏକ ବଡ଼ ରହସ୍ୟର ସମାଧାନ କରିଛନ୍ତି । ଫିଲ୍ମର ଆରମ୍ଭରେ ଅକ୍ଷୟ କୁମାର କିଛି ଜବରଦସ୍ତ ଆକ୍ସନ ସିନ୍ ଦେଖାଇଚନ୍ତି ।

  • ଜିଦ୍ଦି (୧୯୯୭)

ଯେଉଁ ଫିଲ୍ମରେ ସନ୍ନି ଦେଓଲ ଥିବେ ସେଥିରେ ଆକ୍ସନ ନଥିବ ଏମିତି କେବେ ହେବନି । କେବଳ ଆକ୍ସନ ନୁହେଁ କାର୍ ବ୍ଲାଷ୍ଟର ସିନ୍ ମଧ୍ୟ ଲାଜବାବ । ତେବେ ଏହି ଫିଲ୍ମରେ ପୁଲିସ୍‌, ସନ୍ନି ଦେଓଲ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଅତ୍ୟନ୍ତ ରୋମାଞ୍ଚକର ଅଟେ ।

  • ଆୱାରା ପାଗଳ ଦିୱାନା (୨୦୦୦)

Awaraa pagal Diwana

ଏକଲା ହିରୋ ଆଉ ଚାରିପଟେ ମର୍ଶାଲ ଆର୍ଟ ଏକ୍ସପର୍ଟା ଏହି ପରିସ୍ଥିତିରେ ଏକୁଟିଆ ସେମାନଙ୍କ ସହ ଲଢିବା ଆଉ ସେମାନଙ୍କୁ ଧୂଳି ଚଟେଇବା ଅକ୍ଷୟ କୁମାରଙ୍କ ବ୍ୟତୀତ କିଏ ବା ଆଉ କରିପାରିବ । ତେବେ ଏହି ଫିଲ୍ମରେ ଜବରଦସ୍ତ ମର୍ଶାଲ ଆର୍ଟର ଅନେକ ଦୃଶ୍ୟ ରହିଛି । ଯେଉଁଥିରେ ଅକ୍ଷୟ କୁମାର ଗଜବ ଆକ୍ସନ ଦେଖାଇଚନ୍ତି ।

  • ଧୁମ୍ (୨୦୦୪)

ଏମିତି ତ ଦେଖିବାକୁ ଗଲେ ଧୁମ୍ ସିରିଜ ଆକ୍ସନ ଆଉ ସ୍ପିଡ଼ ପାଇଁ ଜଣାଶୁଣା, କିନ୍ତୁ ଅମିର୍ ଖାନ୍‌ଙ୍କ ଧୁମ୍ ଆକ୍ସନର ଗୋଟିଏ ଲେବଲ ଉପରେ ଥିଲା । ବାଇକ୍ ରେସିଂ ସମୟରେ ମେଟ୍ରୋ ଆସିବା , କେତେବେଳେ ପାଣି ଉପରେ ବାଇକ୍ ଉଡ଼ାଇ ନେବା ଭଳି ଦୃଶ୍ୟ ଏଥିରେ ଦେଖିବାକୁ ମିଳେ । ପ୍ରତି ଆକ୍ସନ ଦୃଶ୍ୟ କୌଣସି ରୋମାଞ୍ଚକର ଦୃଶ୍ୟଠାରୁ କମ୍ ନୁହେଁ ।

  • ଗଜନୀ (୨୦୦୮)

ଆମିର ଖାନ୍‌ଙ୍କ ଏହି ଫିଲ୍ମରେ ମଧ୍ୟ ସାନ୍‌ଦାର୍ ଆକ୍ସନ ଦେଖବବାକୁ ମିଳିଥିଲା । ନିଜ ପ୍ରେମିକାର ମୃତ୍ୟୁର ପ୍ରତିଶୋଦ ନେବା ପାଇଁ ବାହାରି ଥବବା ସର୍ଟ ଟର୍ମ ମେମୋରିଲସ୍ ରେ ପିଡ଼ିତ ପ୍ରେମୀ ଭିଲେନ୍‌ଙ୍କୁ ଉଚିତ୍ ଶିକ୍ଷା ଦେଇଥିଲା । ଏହି ସମୟରେ ପ୍ରସ୍ତୁତ କରାଯାଇଥିବା ଆକ୍ସନ କାହାର ବି ଲୋମ ଖଡ଼ା କରିଦେବ ।

  • ୱାଣ୍ଟେଡ୍‌ (୨୦୦୯)

ସଲମାନ ଖାନଙ୍କର ଆକ୍ସନ କରିବାର ଏକ ଭିନ୍ନ ଶୈଳୀ ରହିଛି । ବିଶେଷ କରି ମୁମ୍ବାଇର ଲୋକାଲ ଟ୍ରେନରେ ତାଙ୍କର ଆକ୍ସନ୍ ଦୃଶ୍ୟ ଆଶ୍ଚର‌୍ୟ୍ୟଜନକ। ୱାଣ୍ଟେଡ୍ ଏହିପରି ଜବରଦସ୍ତ ଆକ୍ସନ୍ ସିନ୍ ଦେଖିବାକୁ ମିଳିଥିଲା ।

  • ବାଗି (୨୦୧୬)

Baagi Hindi Movie

ଏହି ଚଳଚ୍ଚିତ୍ରରେ ଟାଇଗର ଶ୍ରଫ୍ ମାର୍ଶଲ ଆର୍ଟର ଚମତ୍କାର ପ୍ରଦର୍ଶନ କରିଥିଲେ । ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ତାରକା ସୁଧୀର ବାବୁଙ୍କ କାର‌୍ୟ୍ୟ ମଧ୍ୟ ଉତ୍କୃଷ୍ଟ ଥିଲା ।

  • ଟାଇଗର ଜିନ୍ଦା ହୈ (୨୦୧୭)

Tiger Zinda Hai

ଇରାକର ମାଟିରେ ଫସି ରହିଥିବା ଭାରତୀୟ ନର୍ସମାନଙ୍କୁ ବଞ୍ଚାଇବା ପାଇଁ ଟାଇଗର ଅର୍ଥାତ୍ ସଲମାନ ଖାନ ଚମତ୍କାର କାର‌୍ୟ୍ୟ କରୁଥିବା ଦୃଶ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳେ। ପ୍ରତ୍ୟେକ ଦୃଶ୍ୟ ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ କରି ଦିଏ ।

  • ୱାର୍ (୨୦୧୯)

ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫ ଅର୍ଥାତ୍ ଉଭୟ ନୃତ୍ୟ ଏବଂ ଆକ୍ସନର ସର୍ବୋତ୍ତମ ମିଶ୍ରଣ । ଏହି ଚଳଚ୍ଚିତ୍ରରେ ଅନେକ ଆକ୍ସନ୍ ଦୃଶ୍ୟ ଦେଖିବାକୁ ମିଳିଥିଲା । ଉଭୟ ତାରାଙ୍କଠାରୁ ଯାହା ଆଶା କରାଯାଉଥିଲା ତାହା ପୂରଣ କରିବା ପାଇଁ ସେ କୌଣସି ଉପାୟ ଛାଡ଼ିନଥିଲେ ।

  • ପଠାନ୍ (୨୦୨୩)

ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ଦୀର୍ଘ ସମୟ ପରେ ଆକ୍ସନ୍ କରୁଥିବା ଦେଖିବାକୁ ମିଳିଥିଲା । ଉଭୟ ଜନ୍ ଆବ୍ରାହମ୍ ଏବଂ ଶାହରୁଖ ଖାନଙ୍କ ଆକ୍‌ସନ ଫିଲ୍ମକୁ ଏକ ଭିନ୍ନ ସ୍ତରକୁ ନେଇଯାଇଛି । ଯେଉଁଥିପାଇଁ ଫିଲ୍ମ ସାରା ବିଶ୍ୱରେ ୧୦୦୦ କୋଟି ସଂଗ୍ରହ କରିବାରେ ସଫଳ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com