ଓଡ଼ିଶା

ଏସ୍‌ଟିଏଫ୍‌ ପଞ୍ଝାରେ ହାତୀଦାନ୍ତ ବେପାରୀ, ୨ଟି ହାତୀଦାନ୍ତ ଜବତ

ଭୁବନେଶ୍ୱର: ଏସ୍‌ଟିଏଫ୍‌ ପଞ୍ଝାରେ ହାତୀଦାନ୍ତ ବେପାରୀ । ଅନୁଗୁଳ ପୁରୁଣାକୋଟ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ କଲା ଏସ୍‌ଟିଏଫ୍‌ । ଏହାସହିତ ଜଣେ ବେପାରୀଙ୍କୁ ଗିରଫ କରିଛିଏସ୍‌ଟିଏଫ୍‌ ।

ଖବର ଅନୁଯାୟୀ,  ହାତୀଦାନ୍ତ କାରବାର ନେଇ ଏସ୍‌ଟିଏଫ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ଅନୁଗୁଳ ପୁରୁଣାକୋଟ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ ସହ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ବେପାରୀ ଜଣଙ୍କ ହେଲା ପୁରୁଣୀକୋଟ ଅଞ୍ଚଳର ଦୁର୍ଯ୍ୟଧନ ପ୍ରଧାନ ବୋଲି ଜଣାପଡିଛି । ତାଙ୍କ ନିକଟରୁ ୪ କେଜି ୫୦୦ ଗ୍ରାମ ଓଜନର ୨ଟି ହାତୀ ଦାନ୍ତ ଜବତ ହୋଇଛି । ୨୦୨୦ରୁ ଆଜି ଯାଏ ଏସ୍‌ଟିଏଫ୍‌ ଦ୍ବାରା ୨୬ଟି ହାତୀଦାନ୍ତ ଜବତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com