Breaking NewsFeaturedଜାତୀୟଜୀବନଶୈଳୀମନୋରଞ୍ଜନ

ଆୱାର୍ଡ ଶୋ’ରେ ପରସ୍ପରକୁ ଆଲିଙ୍ଗନ କଲେ ରେଖା-ଜୟା…

ଭିଡିଓ ହେଲା ଭାଇରାଲ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଭେଟେରାନ ଅଭିନେତ୍ରୀମାନଙ୍କ ମଧ୍ୟରୁ ରେଖା ଏବଂ ଜୟା ବଚ୍ଚନ ସବୁଠୁ ଉର୍ଦ୍ଧ୍ୱରେ । ସେ ସମୟରେ ଏହି ଦୁଇ ଅଭିନେତ୍ରୀ କେବେଳ ବଡ଼ ପରଦାରେ ରାଜୁତି କରୁଥିଲେ ତାହା ନୁହେଁ । ବରଂ ଦର୍ଶକଙ୍କ ହୃଦୟକୁ ମଧ୍ୟ ଜିତିଥିଲେ । ଜଣେ ସୌନ୍ଦର୍ଯ୍ୟ ପାଇଁ ଲୋକଙ୍କୁ ପାଗଳ କରି ଦେଉଥିବା ବେଳେ ଅନ୍ୟ ଜଣେ ତାଙ୍କର ସରଳତା ପାଇଁ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିଲେ । ଏମିତିକି ଏହି ଦୁଇ ଅଭିନେତ୍ରୀଙ୍କ ନାମ ଅମିତାଭ ବଚ୍ଚନଙ୍କ ସହ ମଧ୍ୟ ଯୋଡା ଯାଇଥିଲା । ଜୟା ଅମିତାଭଙ୍କୁ ବିବାହ କରିଥିବା ବେଳେ ରେଖାଙ୍କ ସମ୍ପର୍କ ବିଗ ବିଙ୍କ ସହ ଥିବା ଚର୍ଚ୍ଚା ହେଉଥିଲା।

ତେବେ ଉଭୟ ପକ୍ଷ ମଧ୍ୟ ନିଜ ସମ୍ପର୍କକୁ ନେଇ କଡା ଆଭିମୁଖ୍ୟ ରଖିଥିଲେ । ଏହା ପରଠୁ ଜୟା ଏବଂ ରେଖା କେବେ ଆମ୍ନାସାମ୍ନୀ ହେବା ଦର୍ଶକ ଦେଖିନଥିଲେ । ହେଲେ ଏହି ଦୁଇ ଅଭିନେତ୍ରୀ ଏକ ଆୱାର୍ଡ ଶୋରେ ଦର୍ଶକଙ୍କୁ ଚକିତ କରିଦେଇଥିଲେ । କାରଣ ଏହି ଆୱାର୍ଡ ଶୋରେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ । ତେବେ ଏହି ଭିଡିଓଟି କିଛିବର୍ଷ ତଳର ହୋଇଥିବା ବେଳେ ବର୍ତ୍ତମା ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଦୁଇ ଭେଟେରାନ ଅନ୍ନେତ୍ରୀଙ୍କ ଅପ୍ରତ୍ୟାଶିତ ମିଳନକୁ ପ୍ରଶଂସକ ମାନେ ପ୍ରଶଂସା କରିଛନ୍ତି । ତେବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଥିବା ଏହି ଭିଡିଓରେ ରେଖା ଏକ ସୁନେଲି ରଙ୍ଗର ଶାଢୀ ପିନ୍ଧି ଜୟା ବଚ୍ଚନଙ୍କ ଆଡକୁ ଆସୁଥିବାର ଦେଖିବାକୁ ମିଳୁଛି । ଏହାପରେ ଜୟା ନିଜ ସ୍ଥାନରୁ ଉଠି ଛିଡା ହେଉଛନ୍ତି । ଆଉ ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ସେଠାରେ ଥିବା ଲୋକମାନେ ଏହି ଦୁଇ ଅଭିନେତ୍ରୀଙ୍କ ଏଭଳି ମିଳନର ଫଟୋ ଉଠେଇବା ସହ ଭିଡିଓ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ଉଭୟ କିଛି କଥା ହେବା ସହ ଫଟୋ ଉଠେଇବା ପାଇଁ ପୋଜ ମଧ୍ୟ ଦେଉଛନ୍ତି । ଏହାପରେ ଜୟା ରେଖାଙ୍କୁ ତାଙଅକ ପାଖରେ ବସିବାକୁ କହୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ଏଠି କହିରଖୁଛୁ ଯେ ସିଲସିଲାରେ ଜୟା ବଚ୍ଚନ, ଅମିତାଭ ବଚ୍ଚନ ଏବଂ ରେଖା ଏକାଠି ନଜର ଆସିଥିଲେ । ଏହି ସିନେମାଟି ରୟଲ କାହାଣୀକୁ ନେଇ ନିର୍ମଣ କରାଯାଇଥିଲା । ଆଉ ବକ୍ସ ଅଫିସରେ ଏହା ସୁପର ହିଟ ହୋଇଥିଲା । ହେଲେ ଏହି ସିନେମା ପରେ ଅମିତାଭ ଏବଂ ରେଖା କେବେବି ବଡ ପରଦାରେ ନଜର ଆସିନାହାନ୍ତି । କିମ୍ବା ଦର୍ଶକ ମାନେ କେବେ ବି ରେଖା ଏବଂ ଜୟାଙ୍କୁ ଆମ୍ନା ସାମ୍ନୀ ହେବା କେବେ ବି ଦେଖି ନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com