ବାଣିଜ୍ୟ

ହକି ବିଶ୍ୱକପ୍ ପାଇଁ ଅଫ୍‌ଲାଇନ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୧୯/୧୨/୨୦୨୨-   ଭୁବନେଶ୍ୱର ଏବଂ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ସୋମବାର ଠାରୁ ଆରମ୍ଭ ହୋଇଛି ଅଫ୍ ଲାଇନ ଟିକେଟ ବିକ୍ରି । ଟିକେଟ କିଣିବା ପାଇଁ ସକାଳ ୧୧ ଟାରୁ ସନ୍ଧ୍ୟା ୭ଟା ଯାଏ କାଉଣ୍ଟର ଖୋଲା ରହିବ । ଭୁବନେଶ୍ୱରର ମ୍ୟାଚ ପାଇଁ କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ ସମ୍ମୁଖ ରିଜର୍ଭ ପୁଲିସ ଲାଇନ୍ ପଡିଆ ଏବଂ ରାଉରକେଲା ମ୍ୟାଚଗୁଡିକ ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମର ୬ ନମ୍ବର ଓ ୨ ନମ୍ବର ଗେଟ କାଉଣ୍ଟରରେ ଟିକେଟ ବିକ୍ରି କରାଯାଉଛି । ପୂର୍ବରୁ ଅନଲାଇଟ୍ ଟିକେଟ କାଟିଥିବା ବ୍ୟକ୍ତିମାନେ ମଧ୍ୟ ଉକ୍ତ ଟିକେଟ କାଉଣ୍ଟର ଗୁଡିକରୁ ଆବଶ୍ୟକୀୟ ପ୍ରମାଣ ପତ୍ର ଦେଖାଇ ଟିକେଟ ନେଇ ପାରିବେ ।

ଟିକେଟ ବିକ୍ରି ହେବାର ଘଣ୍ଟା ଘଣ୍ଟା ଆଗରୁ କ୍ରୀଡାପ୍ରେମୀମାନେ କାଉଣ୍ଟର ବାହାରେ ଲମ୍ବା ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଟିକେଟର ମୂଲ୍ୟ ଭିନ୍ନ ଭିନ୍ନ ରହିଛି । ଭାରତ ଖେଳୁଥିବା ମ୍ୟାଚର ଟିକେଟ ମୂଲ୍ୟ ବିଭିନ୍ନ ବର୍ଗରେ ୨୦୦, ୪୦୦ ଏବଂ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଅନ୍ୟ କିନ୍ତୁ ଅନ୍ୟ ମ୍ୟାଚ ଗୁଡିକରେ ଟିକେଟର ମୂଲ୍ୟ ୧୦୦ ଏବଂ ୨୦୦ ଟଙ୍କା ରଖାଯାଇଛି । ବିଶ୍ୱକପ୍ ପାଇଁ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୧୫ ହଜାରକୁ ବୃଦ୍ଧି ହୋଇଥିବା ବେଳେ ନୂଆକରି ତିଆରି ହୋଇଥିବା ବୀର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ ହଜାର ଦଶର୍କ ମ୍ୟାଚ ଦେଖିବାର ବ୍ୟବସ୍ଥା କରାଯାଇଛି । ଏଥର ବିଶ୍ୱକପରେ ୧୬ଟି ଦଳକୁ ନେଇ ମୋଟ ୪୪ ଟି ମ୍ୟାଚ୍ ଖେଳାଯିବ । ଜାନୁଆରୀ ୧୩ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com