ଜାତୀୟ

ପ୍ରେମରେ ପାଗଳ ଯୁବକ କିଡନୀ ଦାନ କରିବାକୁ ପଛାଇଲାନି: ମାତ୍ର ଏକ ମାସ ପରେ ଗାର୍ଲଫ୍ରେଣ୍ଡ କ’ଣ କଲା ଜାଣନ୍ତି, ବାଏ ବାଏ

ନୂଆଦିଲ୍ଲୀ() ପ୍ରେମ ବ୍ୟାପାରକୁ ନେଇ ଅନେକ ମଜାଦାର ଓ ସିରିୟସ୍ ଘଟଣା ଅନେକ ସମୟରେ ଆମ ସମାଜରେ ଦେଖିବାକୁ ମିଳିଥାଏ । ତେବେ ନିକଟରେ କାଲିଫର୍ଣ୍ଣିଆରେ ଏପରି ଏକ ବିରଳ ଲଭଷ୍ଟୋରି ଦେଖିବାକୁ ମିଳିଛି । ଜଣେ ଯୁବକ ପ୍ରେମ ପାଇଁ ନିଜ ଜୀବନକୁ ବାଜିରେ ଲଗାଇବା ପରେ ବି ଯୁବତୀ ଜଣଙ୍କୁ ତାଙ୍କୁ ଟା ଟା କରିଦେଇଛନ୍ତି । ଯୁବତୀ ଜଣଙ୍କ ଉକ୍ତ ଯୁବଙ୍କୁ ଛାଡ଼ି ଅନ୍ୟଜଣଙ୍କୁ ବିବାହ କରିଥିବା ଜଣାପଡ଼ିଛି ।

ଜଣାପଡ଼ଛି ଯେ, ଯୁବକ ଜଣଙ୍କ ତାଙ୍କର ଗାର୍ଲଫ୍ରେଣ୍ଡଙ୍କଙ୍କୁ ବହୁତ ଭଲ ପାଉଥିଲେ । ହଠାତ୍ ଦିନେ ଗାର୍ଲଫ୍ରେଣ୍ଡଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଭୀଷଣ ଖରାପ ହୋଇଥିଲା ଓ ଏକ କିଡନୀର ଆବଶ୍ୟକ ହୋଇଥିଲା । ଏହାପରେ ଯୁବକ ଜଣଙ୍କ ନିଜ ଜୀବନକୁ ଖାତିର ନକରି ପ୍ରେମିକଙ୍କୁ ମାଆଙ୍କୁ ନିଜର କିଡନୀ ଦାନ କରିଦେଇଥିଲେ । ଅପରେସନ ପରେ ପ୍ରେମିକାଙ୍କ ମାଆ ଧୀରେଧୀରେ ସୁସ୍ଥ ହେବାରେ ଲାଗିଥିଲେ । ମାତ୍ର ଦୁଃଖର କଥା ହେଉଛି, ଏହି କିଡନୀ ଦାନ କରିବାର ମାତ୍ର ୩୦ ଦିନ ପରେ ଯୁବତୀ ଜଣଙ୍କ ତାଙ୍କର ପୂର୍ବ ପ୍ରେମିକଙ୍କୁ ଭୁଲି ଆଉ ଜଣଙ୍କୁ ବିବାହ କରିଥିଲେ । ଯୁବକ ଜଣଙ୍କ ନିଜର ଦୁଃଖଭରା କାହାଣୀ ଟିକଟକ୍ ଭିଡିଓ ମାଧ୍ୟମରେ ଶେୟାର କରିଛନ୍ତି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଦେଢ଼ କୋଟିରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ସମସ୍ତେ ଏହି ଘଟଣାକୁ ନେଇ ନିରାଶା ବ୍ୟକ୍ତ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com