ଜାତୀୟ

‘ଅପରେସନ ରେସ୍କ୍ୟୁ ବାବୁ’: ୩ ଦିନ ଧରି ପାହାଡରେ ସନ୍ଧିରେ ଫସିଥିବା ଯୁବକ ସୁରକ୍ଷିତ ଭାବେ ଉଦ୍ଧାର

କେରଳ() କେରଳରେ ତିନି ଦିନ ଥରି ପାହାଡ଼ ସନ୍ଧିରେ ଫସି ରହିବା ପରେ ଯୁବକଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଭାରତୀୟ ସେନା ଓ ବାୟୁସେନାଙ୍କ ମିଳିତ ପ୍ରୟାସରେ ଏକ ସ୍ୱତନ୍ତ୍ର ଅପରେସନ୍ କରାଯାଇଥିଲା । ଏକ ଦଉଡି ସହାୟତାରେ ପାହାଡ଼ ସନ୍ଧିରେ ଫସିଥିବା ଯୁବକଙ୍କୁ ଉଦ୍ଧାର କରାଗଲା । ପାରାଚ୍ୟୁଟ ରେଜିମେଣ୍ଟ ଓ ମାଡ୍ରାସ ରେଜିମେଣ୍ଟ ଦୁଇଟି ଟିମ୍‌ ଉଦ୍ଧାର କରିଥିଲେ। ସହାୟତା ପୂର୍ବକ ଏକ ଦଉଡ଼ି ଜରିଆରେ ଯୁବକଙ୍କୁ ଉପରକୁ ଟଣାଯାଇଥିଲା ।

କେରଳରେ ତିନି ତଳେ ଟ୍ରେକିଂରେ ଯାଇଥିବା ବାବୁ ନାମକ ଯୁବକଙ୍କ ଗୋଡ ଖସିଯାଇଥିଲା। ଫଳରେ ବିନା ଖାଦ୍ୟ ଓ ପାଣିରେ ଜଣେ ୨୩ ବର୍ଷିୟ ଯୁବକ ଦୁଇଟି ପାହାଡ଼ ସନ୍ଧିରେ ଫସିଯାଇଥିଲେ । ଶେଷରେ ଆଜି ସକାଳେ ତାଙ୍କୁ ଯବାନ ମାନେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ସୂଚନା ଯେ, କେରଳର ପାଲକ୍କଡ୍ ଜିଲ୍ଲାରେ ଥିବା ଏକ ପାହାଡ଼କୁ ବାବୁ(୨୩) ନାମକ ଜଣେ ଯୁବକ ଟ୍ରେକିଂରେ ଯାଇଥିଲେ । ଏହି ସମୟରେ ତାଙ୍କ ଗୋଡ଼ ଖସିଯିବା ଫଳରେ ଦୁଇଟି ପାହାଡ଼ ମଝିରେ ସେ ଫସିଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com