ଓଡ଼ିଶା

୪ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ନିଖୋଜ : ଗତ ୧୧ ତାରିଖରୁ ମୋବାଇଲ୍ ସୁଇଚ୍ ଅଫ୍

ଭୁବନେଶ୍ବର() ଚାରି ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ନିଖୋଜ । ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଭୁବନେଶ୍ବର ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗବିହାରରୁ ୪ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଜଣ ନିଖୋଜ ହୋଇଯାଇଛନ୍ତି । ଏ ନେଇ ତମାଣ୍ଡୋ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ପରେ ତମାଣ୍ଡୋ ଥାନା ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏକ ଘରୋଇ ଇଞ୍ଜିନିୟରିଂ କଲେଜର ୪ ଜଣ ଛାତ୍ର ମେସ୍ କରି ରହୁଥିଲେ । ୪ ଜଣ ହେଉଛନ୍ତି ବିହାର ଅଭୟପୁରର ଆଦିତ୍ୟ କୁମାର, ଝାଡଖଣ୍ଡ ଜନତା ଷ୍ଟେସନ ମାର୍କେଟ୍ ରୋଡ୍ ଅଞ୍ଚଳର ବିଶାଲ ପାଣ୍ଡେ ଏବଂ କ୍ରସ୍ ରୋଡ୍ ର ତ୍ରିନେତ୍ର କୁମାର, ବିହାର ଜାମୁର ଅଞ୍ଚଳର ଶେଖର ସିଂ ରାଜପୁତ । ବିଶାଲଙ୍କ ସାଙ୍ଗ ଛୋଟୁ ଓରଫ ରେହମତ ଆସି ସେମାନଙ୍କ ସହ ମେସ୍ ରେ ରହୁଥିଲେ ।

ତେବେ ଗତ ୧୧ ତାରିଖରୁ ସେମାନଙ୍କ ପରିବାରଲୋକ ଯୋଗାଯୋଗ କରୁଥିଲେ ମଧ୍ୟ ସମସ୍ତଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଆସୁଛି । ବାରମ୍ବାର ଯୋଗାଯୋଗ କରିବା ପରେ ଆଦିତ୍ୟଙ୍କ ବାପା ପ୍ରମୋଦ କୁମାର ସିଂ ଆସି ମେସ୍ ରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ତମାଣ୍ଡୋ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com