ଓଡ଼ିଶା

ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଜାରି : ଦିନ ୧୨ଟା ସୁଦ୍ଧା ୪୩% ମତଦାନ

ଭୁବନେଶ୍ବର() ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୧୨ଟା ସୁଦ୍ଧା ୪୩ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି । କୋଟିଆରେ ୪୦ ପ୍ରତିଶତ ଲୋକ ଭୋଟ୍ ଦେଇଛନ୍ତି । ସବୁଠି ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ହେଉଛି । ପ୍ରତି ବ୍ଲକ୍ ହେଡ୍ କ୍ବାର୍ଟରରେ ମହିଳାମାନଙ୍କ ପାଇଁ ଗୋଟିଏ ଲେଖାଏଁ ପିଙ୍କ୍ ବୁଥ୍ ଖୋଲାଯାଇଛି । ଦିନ ୧ଟା ସୁଦ୍ଧା ଯେଉଁମାନେ ବୁଥ୍ ଭିତରେ ଥିବେ ସେମାନଙ୍କୁ ଭୋଟ୍ ଦେବାକୁ ସୁଯୋଗ ଦିଆଯିବ।

ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରି ରହିବ । ଭୋଟ୍ ଦେଇ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ବାଛିବେ ଭୋଟର ।

Related Articles

Back to top button
WP Twitter Auto Publish Powered By : XYZScripts.com