ଜାତୀୟରାଜନୀତି

ଲାଲୁ ଯାଦବଙ୍କ ଝିଅ ରାଜଲକ୍ଷ୍ମୀ ଓ ଆମଆଦମୀ ପାର୍ଟି ବିଧାୟ ନରେଶ ବାଲିୟାନଙ୍କ ମଧ୍ୟରେ ଚାଲିଛି ‘ଟ୍ୱିଟର ୱାର’, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ() ଟ୍ୱିଟରରେ ଆମଆଦମୀ ପାର୍ଟି ବିଧାୟକ ନରେଶ ବାଲିୟାନଙ୍କ ଏକ ପୋଷ୍ଟକୁ ନେଇ ଆରଜେଡି ନେତା ଲାଲୁ ଯାଦବଙ୍କ ଝିଅ ରାଜଲକ୍ଷ୍ମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉଭୟଙ୍କ ଟ୍ୱିଟ୍ ଓ ରିଟ୍ୱିଟ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସିବିଆଇ ସ୍ପେଶାଲ କୋର୍ଟ ସୋମବାର ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଏବେକା ଆରଜେଡି ନେତା ଲାଲୁ ଯାଦବଙ୍କୁ ଡୋରଣ୍ଡା କୋଷାଗାର ମାମଲାରେ ୫ ବର୍ଷ ଜେଲ ଓ ୬୦ ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ରାୟକୁ ନେଇ ଲାଲୁ ପ୍ରଥମେ ଟ୍ୱିଟ୍‌ କରିଥିଲେ। ଏଥିରେ ନରେଶ ବଲିୟାନ ରି ଟ୍ୱିଟ୍‌ କରି ଆପଣ ସ୍ୱାଧୀନତା ଲାଗି ନୁହେଁ ଗୋଖାଦ୍ୟ ଚୋରି ପାଇଁ ଜେଲ ଯାଇଛନ୍ତି ନାଟକ ବନ୍ଦ କରନ୍ତୁ ବୋଲି ଉଲ୍ଲେଖ କରିଥିଲେ। ତେବେ ନରେଶ କେବଳ ଏଥିରେ ଅଟକି ଯାଇ ନଥିଲେ। ପରେ ଏଥିଲାଗି ଏକ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପୋଷ୍ଟ କରିଥିଲେ। ଯେଉଁଥିରେ ସଜା ଓ ଜରିମନା ଲାଗି ଲାଲୁଙ୍କୁ ସେ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଜେଲରେ ତାଙ୍କର ସୁସ୍ଥତା କାମନା କରିଥିଲେ।  ଏଥିରେ ସେ ଅନ୍ୟ ନେତାଙ୍କୁ ମଧ୍ୟ ତାଙ୍କଠାରୁ କିଛି ଶିଖିବାକୁ ପରାମର୍ଶ ଦେଇଥିଲେ।

ଏହି ଟ୍ୱିଟ୍‌କୁ ଲାଲୁ ଯାଦବଙ୍କ ଝିଅ ରାଜଲକ୍ଷ୍ମୀ ଗୁରୁତର ସହ ଗ୍ରହଣ କରିଥିବା ବେଳେ କଣ ଆପଣଙ୍କ କାମ ସବୁବେଳେ ଏଇଆ, ଆପଣଙ୍କ ଭଳି ବିଧାୟକଙ୍କ ଅରବିନ୍ଦ କେଜରିୱାଲ ତାଙ୍କ ପାର୍ଟିରେ କିପରି ବରଦାସ୍ତ କରିଛନ୍ତି, ଏପରି କରିବାକୁ କାହାଠୁ ପଇସା ମିଳିଥାଏ କି ? ଯାଆନ୍ତୁ ପ୍ରଥମେ ଦେଶପାଇଁ କିଛି କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।

ବିହାର ଗୋଖାଦ୍ୟ ଦୁର୍ନୀତିର ଅନ୍ୟ ୪ଟି ମାମଲା(ଦୁମକା, ଦେଓଘର, ଚାଇଁବସା ) ରେ ମଧ୍ୟ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏବେ ପଞ୍ଚମ ମାମଲାରେ ମଧ୍ୟ ଦୋଷୀ ହୋଇଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ଲାଲୁ କାବ୍ୟିକ ଢଙ୍ଗରେ ଏହାର ମୁକାବିଲା କରିବେ ବୋଲି ଉଲ୍ଲେଖ କରିଥିଲେ। ହେଲେ ଏଥିରେ ନରେଶ ବଲିୟାନ ତାଙ୍କ କାବ୍ୟିକ ଅଭିବ୍ୟକ୍ତି କୁ ହାସ୍ୟସ୍ପଦ କରିଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com