ଜାତୀୟମନୋରଞ୍ଜନ

ଏହି ଦେଶରେ ବ୍ୟାନ୍‌ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ୍‌ ପୃଥୀରାଜ୍‌’, ଜାଣନ୍ତୁ କାହିଁକି….

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ପୃଥୀରାଜଙ୍କ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଏହା ଅନ୍ୟତମ । ଚଳଚ୍ଚିତ୍ର ‘ପୃଥୀରାଜ୍‌’ର ରିଲିଜ୍ ପାଇଁ ସଭିଏଁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟ ନିର୍ମାତା ଫିଲ୍ମର ପୋଷ୍ଟର, ଗୀତ ଏବଂ ଫିଲ୍ମର ଟିଜର ରିଲିଜ କରୁଛନ୍ତି । ସେମାନଙ୍କୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ପ୍ରତି ଆଗ୍ରହ ମଧ୍ୟ ବଢୁଛି। ଏହି ଫିଲ୍ମଟି ଜୁନ୍ ୩ ଅର୍ଥାତ୍‌ ଆସନ୍ତାକାଲି ରିଲିଜ୍‌ ହେବ । ନିକଟରେ, କର୍ନି ସେନା କାରଣରୁ ଫିଲ୍ମର ନାମ ବଦଳାଯାଇଥିଲା, ଫିଲ୍ମକୁ ନେଇ ବିବାଦ ଦେଖା ଦେଇଥିଲା। ହେଲେ ଏବେ ପୁଣି ଥରେ ଅସୁବିଧା ଦେଖା ଦେଇଛି । କେତେକ ଦେଶରେ ଫିଲ୍ମକୁ ନେଇ ବାରଣ କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୁଏତ ଏବଂ ଓମାନରେ ସମ୍ରାଟ ପୃଥୀରାଜଙ୍କୁ ବାରଣ କରାଯାଇଛି । ଏବଂ ଫିଲ୍ମକୁ ରିଲିଜ କରିବାକୁ ମନା କରି ଦେଇଛନ୍ତି । ଏହା କୁହାଯାଉଛି ଯେ ଏହା ଏକ ପିରିୟଡ୍ ଫିଲ୍ମ ହୋଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଫିଲ୍ମ ଉପରେ ନିଷେଧାଦେଶର କୌଣସି ଅଫିସିଆଲ୍ ସୂଚନା ମିଳି ନାହିଁ। ଏଥିସହିତ ଏହାର ନିଷେଧାଦେଶର କାରଣ କିମ୍ବା ଫିଲ୍ମ ନିର୍ମାତାଙ୍କ କୌଣସି ଅଫିସିଆଲ୍ ବିବୃତ୍ତି ପ୍ରକାଶ କରାଯାଇ ନାହିଁ। ଏଥି ସହିତ, କେତେକ ରିପୋର୍ଟରେ ଏହା ମଧ୍ୟ କରାଯାଉଛି କି ଏହି ଫିଲ୍ମରେ ଜଣେ ହିନ୍ଦୁ ରାଜାଙ୍କ ଶକ୍ତି ତଥା ପରାକ୍ରମ ଦର୍ଶାଯାଇଛି, ଯେଉଁଥିପାଇଁ ଫିଲ୍ମ ଉପରେ ବ୍ୟାନ୍ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ, KRK ତାଙ୍କ ଟ୍ୱିଟରେ କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଇତିହାସକୁ ନେଇ ଭୁଲ୍‌ ଦର୍ଶାଯାଇଛି, ଯେଉଁଥିପାଇଁ ଏହାକୁ ବ୍ୟାନଦ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com