କ୍ରୀଡ଼ା

WWE ସୁପରଷ୍ଟାର୍ ସ୍କଟ୍ ହଲ୍‌ଙ୍କ ପରଲୋକ, ୩ ଥର ହୋଇଥିଲା ହୃଦଘାତ

ନୂଆଦିଲ୍ଲୀ : ଡବ୍ଲୁଡବ୍ଲୁଇ ଫ୍ୟାନଙ୍କ ପାଇଁ ମଙ୍ଗଳବାର ପାଲଟିଛି କଳା ଦିବସ । କାରଣ ଡବ୍ଲୁଡବ୍ଲୁଇ ହଲ୍ ଅଫ୍ ଫେମର୍ ସ୍କଟ୍ ହଲ୍ ୬୩ ବର୍ଷରେ ପ୍ରାଣ ହରାଇଛନ୍ତି । ସେ କିଛିଦିନ ଧରି ଲାଇଫ୍ ସପୋର୍ଟ ସିଷ୍ଟମରେ ରହୁଥିଲେ । କାରଣ ତାଙ୍କୁ ତିନିଥର ହାର୍ଟଆଟାକ୍ ବା ହୃଦଘାତ ହୋଇଥିଲା । ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସ୍କଟ୍ ହଲ୍ ଡବ୍ଲୁଡବ୍ଲୁଇର ଜଣେ ସୁପରଷ୍ଟାର୍ ଥିଲେ । ସେ ଦୁଇ ଥର ବିଶ୍ୱ ଚାମ୍ପିଅନ ହୋଇଥିଲେ । କିଛିଦିନ ପୂର୍ବରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧିରେଧିରେ ବିଗିଡିବାରେ ଲାଗିଥିଲା ।
ସ୍କଟ୍ ୧୯୫୮ ଅକ୍ଟୋବର ୨୦ରେ ଆମେରିକାରେ ଜନ୍ମ ହୋଇଥିଲେ । ସେ ୧୯୮୪ରେ ନିଜ ରେସଲିଂ କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୧ରେ ସେ ବିଶ୍ୱ ଚାମ୍ପିଅନ ରେସଲିଂରେ ସାମିଲ ହୋଇଥିଲେ । ୧୯୯୨ରେ ସ୍କଟ୍ ଡବ୍ଲୁଡବ୍ଲୁଇରେ ଯୋଗଦେଇଥିଲେ । ଏହାପରେ ସେ ରାଜୋର୍ ରାମୋନ୍ ନାଁରେ ପରିଚିତ ହୋଇଥିଲେ ।
୧୯୯୫ ସମରସ୍ଲାମ୍ ଓ ରେସଲେମାନିଆରେ କ୍ୟାଭିନ୍ ନୈଶ, ବ୍ରେନ୍ ହାର୍ଟ ଓ ସନ ମାଇକେଲ୍ସ ସମେତ ଅନେକ ବଡ ବଡ ଷ୍ଟାରଙ୍କୁ ସ୍କଟ୍ ହରାଇଥିଲେ । ନିଜ ଅବସର ଯାଏଁ ସେ ଡବ୍ଲୁଡବ୍ଲୁଇରେ ଭାଗ ନେଉଥିଲେ । ତେବେ ତାଙ୍କ ଦେହାନ୍ତରେ ଅନେକ ସୁପରଷ୍ଟାର୍ ଶୋକପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com