ଓଡ଼ିଶା

ପୌର ପରିଷଦ ନିର୍ବାଚନରେ ବିଜେଡି ଐତିହାସିକ ବିଜୟ ହାସଲ

ଭୁବନେଶ୍ବର : ପୌର ପରିଷଦ ନିର୍ବାଚନରେ ବିଜେଡି ଐତିହାସିକ ବିଜୟ ହାସଲ କରିଛି ।  ରାଜଧାନୀ ଭୁବନେଶ୍ବର ସମେତ କଟକ ଓ ବ୍ରହ୍ମପୁର ୩ଟି ମହାନଗର ନିଗମରେ ବିଜେଡି ମେୟର ପଦବୀ ହାସଲ କରିଛି । ସେହିପରି ୩୦ ଜିଲ୍ଲାର ୧୦୫ ପୌର ପରିଷଦ ଗଣତି ଶେଷ ହୋଇଛି । ବିଜେଡି ୭୩ଟି ଅଧ୍ୟକ୍ଷ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୬, କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଛନ୍ତି । ସ୍ବାଧୀନଙ୍କ ଖାତାକୁ ୯ଟି ଅଧ୍ୟକ୍ଷ ଆସନ ଯାଇଛି । ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦ ହଜାର ୨୮୬ ଭୋଟରେ ବିଜୟୀ ହୋଇଛନ୍ତି । ସଂଘମିତ୍ରା ମୋଟ ୬୬ ହଜାର ୬୮ ଖଣ୍ଡ ଭୋଟ ପାଇଛନ୍ତି । ଭୁବନେଶ୍ବର ମେୟର ପ୍ରାର୍ଥୀ ସୁଲୋଚନା ଦାସ ଓ କଟକରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ବିଜୟୀ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡିକୁ ବିପୁଳ ସଫଳତା ମିଳିଛି । ଗାଁ ଭୋଟରଙ୍କ ପରି ସହରୀ ଭୋଟର ମଧ୍ୟ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ଉପରେ ଭରସା ଦେଖାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com