ଅନ୍ୟାନ୍ୟ

ରୋପୱେ ଦୁର୍ଘଟଣା: ସରୁନି ଉଦ୍ଧାରକାର୍ଯ୍ୟ, ଏବେ ବି ଫସିଛନ୍ତି ୫ ପର୍ଯ୍ୟଟକ

ରାଞ୍ଚି() ଝାଡଖଣ୍ଡର ଦେଓଘରରେ ରୋପୱେ କେବଲ କାର୍‌ ଦୁର୍ଘଟଣାକୁ ତିନିଦିନ ବିତିଲାଣି। ଏବେ ବି ୩ରୁ ୫ଜଣ ପର୍ଯ୍ୟଟକ ବିପଜ୍ଜନକ ଭାବେ ଝୁଲି ରହିଛନ୍ତି। ଆଜି ସକାଳୁ ୧୦ଜଣଙ୍କୁ ଉଦ୍ଧାର କରାଯାଇଛି। କ୍ୟାବିନ୍‌ରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ୩ ଦିନ ହେଲା ଜାରି ରହିଛି ଉଦ୍ୟମ। ଏହି ଦୁର୍ଘଟଣା ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଗତକାଲି ଦେଓଘରର ତ୍ରିକୂଟ ପର୍ବତରେ ଦୁଇଟି କେବୁଲ କାର ମଧ୍ୟରେ ଦୁର୍ଘଟଣା ଘଟିବା ପରେ ଘଣ୍ଟା ଘଣ୍ଟା କାଳ ୪୮ ଜଣ ପର୍ଯ୍ୟଟକ ରୋପ୍‌ୱେରେ ଫସି ରହିଥିଲେ। ଦୁର୍ଘଟଣା ପରେ ଥର ଥର କରି ପର୍ଯ୍ୟଟକଙ୍କୁ ସ୍ଥାନୀୟ ବାସିନ୍ଦା, ପ୍ରଶାସନ, ସେନା ଓ ଏନ୍‌ଡିଆର୍‌ଏଫ୍‌(ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ) ଟିମ୍ ଉଦ୍ଧାର କରିଥିଲେ। ଘଟଣା ଘଟିବାର ୪୮ଘଣ୍ଟା ବିତିଯାଇଥିବା ବେଳେ ଆଜି ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି କିଛି ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳ ୭.୫୦ରେ ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି।

Operations are underway by #IAF to rescue stranded tourists and passengers on #Jharkhand ropeway at Trikut hill near Deoghar.

Nineteen tourists have been rescued till now by #IAF Mi17 V5 & Cheetah helicopters with Garud Commandos. #HarKaamDeshKeNaam pic.twitter.com/gYrH1zIkTl

— Indian Air Force (@IAF_MCC) April 11, 2022

ସେନା ହେଲିକପ୍ଟର ସାହାଯ୍ୟରେ ୧୫ଜଣଙ୍କ ମଧ୍ୟରୁ ପ୍ରଥମେ ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସକାଳ ୮.୪୦ ଭିତରେ ଅନ୍ୟ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ପରେ ୩ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା। ଏବେ କେବୁଲ କାର ଭିତରେ ୫ଜଣ ଫସି ରହିଥିବା ଜଣାପଡ଼ିଛି। ତୁରନ୍ତ ସେମାନଙ୍କୁ ମଧ୍ୟ ଉଦ୍ଧାର କରାଯିବ ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଟ୍ୱିଟ୍‌ କରି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଓ ଆହତ ହୋଇଥିବା ବ୍ୟକ୍ତିଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ସେପଟେ ଡ୍ରୋନ୍ ଜରିଆରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି। ରେସ୍କ୍ୟୁ ଅପରେସନରେ ଏନଡିଆରଏଫ୍ ଏବଂ ସେନାର ଯବାନ ସାମିଲ ହୋଇଥିବା ବେଳେ ସେନା ହେଲିକପ୍ଟର ବି ମୁତୟନ ହୋଇଛି। ଫସିରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର ଲାଗି ବାୟୁସେନାର ଦୁଇଟି ଏମଆଇ-୧୭ ହେଲିକପ୍ଟର ଲାଗିଛି।

ଗତ ରବିବାର ଅପରାହ୍ଣରେ ହଠାତ୍ ରୋପ୍ୱେ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।  ଫଳରେ କ୍ୟାବିନ୍ ଗୁଡିକର ଗତି ଉପରେ ଆଉ ନିୟନ୍ତ୍ରଣ ରହିନଥିଲା।  ଚାହୁଁ ଚାହୁଁ ପରସ୍ପର ସହ ଧକ୍କା ହୋଇ ଖସି ପଡିଥିଲା କିଛି କ୍ୟାବିନ୍। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇ ଦେଓଘର ସଦର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com