ଅନ୍ତର୍ଜାତୀୟଜାତୀୟ

ଆଉ ନାହାନ୍ତି ପାକିସ୍ତାନର ପ୍ରସିଦ୍ଧ ଟିଭି ଉପସ୍ଥାପକ ତଥା ସାଂସଦ ଅମିର ଲିଆକତ ହୁସେନ୍‌

ଇସ୍ଲାମାବାଦ: ପାକିସ୍ତାନୀ ସାଂସଦ ତଥା ପ୍ରସିଦ୍ଧ ଟିଭି ଉପସ୍ଥାପକ ଅମିର ଲିଆକତ ହୁସେନ୍‌ଙ୍କର ମୃତ୍ୟୁ ହୋଇଛି। ସେ ଘରେ ଅଚେତ ହୋଇ ପଡ଼ିଥିଲେ। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆ ଯାଇଥିଲ। ସେହି ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ତା ବହୁତ ଗୁରୁତର ଥିଲା। ରିପୋର୍ଟ ଅନୁସାରେ ହଠାତ ଅମିରଙ୍କ ଦେହ ବୁଧବାର ରାତିରେ ଅସୁସ୍ଥ ହୋଇପଡ଼ିଥିଲା। ସେ ଡାକ୍ତରଖାନାକୁ ଯିବେନି ବୋଲି ମନା କରି ଦେଇଥିଲେ। ଅମିରଙ୍କ କର୍ମଚାରୀ ଜାଭେଦ କହିଛନ୍ତି ସକାଳେ ଅମିରଙ୍କ କଠୋରୀରୁ ଚିତ୍କାର ଶୁଭିଥିଲା। ଏହା ଶୁଣି ଅମିରଙ୍କ ଘରେ କାମ କରୁଥିବା ଲୋକମାନେ ସେହି ଘରର କବାଟ ଭାଙ୍ଗି ଦେଇଥିଲେ। ଅମିରଙ୍କ ମୃତଦେହକୁ ଜିନ୍ନା ଡାକ୍ତରଖାନା ବା ସିଭିଲ୍‌ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯିବ। ଏହାପରେ ତାଙ୍କ ପ୍ରାର୍ଥିବ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ଦିଆଯିବ ବୋଲି ପୋଲିସ କହିଛି।

‘ଦ ଏକ୍ସପ୍ରେସ ଟ୍ରିବ୍ୟୁନ୍‌’ର ରିପୋର୍ଟ ଅନୁସାରେ ନ୍ୟାସନାଲ ଏସେମ୍‌ଲିର ବାଚଷ୍ପତି ପରବେଜ ଅଶରଫ ଏହି ଖବରକୁ ସ୍ପଷ୍ଟ କରିଛନ୍ତି ଓ ତାଙ୍କ ନିଧନ ପାଇଁ ଗୃହର କାର୍ଯ୍ୟକାଳ ସ୍ଥଗିତ ରଖିଛନ୍ତି। ଗୃହର କାର୍ଯ୍ୟକାଳ ଶୁକ୍ରବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସୂଚନାଥାଉକି, ପିଟିଆଇ (ପାକିସ୍ତାନ ତେହେରିକ-ଏ-ଇନସାଫ)ରେ ଯୋଗ ଦେବା ପୂର୍ବକୁ ସେ ଏମକ୍ୟୁଏମପି (ମୁତାହିଦ୍ଦା କ୍ୱାମି ମୋମେଣ୍ଟ ପାକିସ୍ତାନ)ର ସଦସ୍ୟ ଥିଲେ। ସେ ଜେନେରାଲ ପରଭେଜ ମୁସାରଫଙ୍କ ସରକାର ସମୟରେ ରାଜ୍ୟ ମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ, ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲ୍ଲୀ ସାହା, ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜରଦାରୀ, ପିପିପି ଚେୟାର ମ୍ୟାନ୍‌ ବିଲାୱଲ୍‌ ଭୁଟ୍ଟୋ ଜରଦାରୀ ଲିଆକତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com