ଓଡ଼ିଶା

ପ୍ଲାଷ୍ଟିକ୍‌ ଯୁଗରେ କମିନି ବାଉଁଶର ଚାହିଦା, ଟୋକେଇ-ଡାଲା-ବିକି କରୁଛନ୍ତି ରୋଜଗାର

ସାଲେପୁର : ପ୍ଲାଷ୍ଟିକ୍‌ ଯୁଗରେ କମିନି ବାଉଁଶରେ ହାତ ତିଆରି ସାମଗ୍ରୀର ଚାହିଦା । ଗୋପୀନାଥପୁର ଗାଁର ଭୀମସେନ ନାୟକ ହାତରେ ତିଆରି କରୁଛନ୍ତି ଭଳିକି ଭଳି ପାରମ୍ପରିକ ସାମଗ୍ରୀ । ଯାହାର ଚାହିଦା ଏବେବି ବଜାରରେ କମିନାହିଁ । କଟକ ଜିଲ୍ଲା ସାଲେପୁର ଗୋପୀନାଥପୁର ଗାଁରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ ।

ଭୀମସେନ ନାୟକ ତିଆରି କରୁଛନ୍ତି ଭଳି କି ଭଳି ବାଉଁଶ ପାତିଆରେ ହାତ ତିଆରି ଘରକରଣା ସାମଗ୍ରୀ। ଟୋକେଇ, ଡାଲା, ବାଉଁସିଆ, କୁଲା, ଖଇଛଡା ଭଳି ଘରକରଣା ସାମଗ୍ରୀ। ଯାହାର ବ୍ୟବହାର ପାରମ୍ପରିକ ପୂଜାର୍ଚ୍ଚନା ସହ ବିବାହ ବ୍ରତ ଆଦିରେ ବ୍ୟବହାର କରାଯାଇଥାଏ । ପ୍ଲାଷ୍ଟିକ ଯୁଗରେ କମିନାହିଁ ଏ ସବୁର ଚାହିଦା। ଏହାକୁ ତିଆରି କରି ଯାନିଯାତ୍ରାରେ ବିକି ଦି ପଇସା ରୋଜଗାର କରି ପେଟପୋଷନ୍ତି ପରିବାର ଲୋକେ।

ତେବେ ଦିନକୁ ଦିନ କଞ୍ଚାମାଲର ଅଭାବ ସାଙ୍ଗକୁ ଦରଦାମ ବଢିବାରୁ ଆଗଭଳି ଆଉ ବେଶୀ ଲାଭ ମିଳୁନାହିଁ। ଖାଲି ନିଜର କୌଳିକବୃତ୍ତିକୁ ବଞ୍ଚାଇ ରଖିବା ଛଡା ଆଉ କିଛିନାହିଁ। ଭୀମସେନ ନାୟକଙ୍କ ପତ୍ନୀ ନିଜର  ବଳକା ସମୟରେ ଲାଗିପଡ଼ିଥାନ୍ତି କାମରେ। ପୂଜାପାର୍ବଣ ଆସିଲେ ବାଉଁଶରେ ହାତତିଆରି ସାମଗ୍ରୀ କିଣିବା ପାଇଁ ଗାଁଠୁ ଆରମ୍ଭଲକରି ସହରର ଲୋକେ କିଣିବା ପାଇଁ ଆସିଥାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com