ଓଡ଼ିଶା

ରାଜ୍ୟରେ ସ୍ୱାଇନ ଫ୍ଲୁ, ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳର ଦୁଇ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା, ଟମାଟୋ ଫ୍ଲୁ ଡର ମଧ୍ୟରେ ରାଜ୍ୟରେ ଦେଖାଦେଇଛି ସ୍ୱାଇନ ଫ୍ଲୁ ଆତଙ୍କ । ଯଦିଓ ଏହି ରୋଗ ପୂର୍ବରୁ ଚିହ୍ନଟ ହୋଇଥିଲା । ଏବେ ପୁଣିଥରେ ରାଜ୍ୟରେ ଚିହ୍ନଟ ହଇଛନ୍ତି ସ୍ୱାଇନ ଫ୍ଲୁ ରୋଗୀ । ଏବେ ରାଜଧାନୀ ଭୁବନେଶ୍ୱରେ SWINE ଫ୍ଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର ୟୁନିଟ ୪ ଅଂଚଳର ଏକ ଘରୋଇ ମେଡ଼ିକାଲରେ ଦୁଇ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ଜଣେ ପୁରୁଷ ୩୭ ବର୍ଷୀୟ ହୋଇଥିବାବେଳେ ଆଉ ଜଣେ ୨୭ ବର୍ଷୀୟ ମହିଳା ।

ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜନ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ତେବେ ଏହାକୁ ନେଇ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ତାଙ୍କ ମତରେ ସାଧାରଣତଃ ପ୍ରାକ୍ ମୌସୁମୀ ଓ ଶୀତଦିନେ ସ୍ୱାଇନ ଫ୍ଲୁ ଦେଖାଦେଇଥାଏ । ତେବେ ଦୁଇ ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com