ଓଡ଼ିଶା

ଇସ୍ପାତ ସହରରେ ପୁଣି କଳା ପଲସର ଆତଙ୍କ, ଲୁଟିନେଲେ ୩ ଲକ୍ଷ ୬୦ ହଜାର ଟଙ୍କା

ରାଉରକେଲାଇସ୍ପାତ ସହର ରାଉରକେଲାରେ ପୁଣି କଳା ପଲସର ଆତଙ୍କ । କଳା ପଲସରରେ ଆସି ଲୁଟି ନେଲେ ୩ ଲକ୍ଷ ୬୦ ହଜାର ଟଙ୍କା ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ ସିଭିଲ ଟାଉନ ସିପି ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ୍‌ରୁ ଗାନ୍ଧୀ ରୋଡ଼ର ବ୍ୟବସାୟୀ ଅମିତ ଗୁପ୍ତା ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଇଥିଲେ । ବାଇକ୍ ଡିକିରେ ଟଙ୍କା ରଖୁଥିବା ବେଳେ କଳା ପଲସରରେ ଦୁଇ ଲୁଟେରା ଆସି ଅମିତଙ୍କୁ ଗୋଇଠା ମାରି ଲୁଟିନେଲେ ଟଙ୍କା । ଖବର ପାଇ ରଘୁନାଥପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଉ ଲୁଟେରାଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com