ଓଡ଼ିଶା

ପଖାଳ ପ୍ରିୟ ମହାମହିମ ଦ୍ରୌପଦୀ ମୁର୍ମୁ

ନୂଆ ରାଷ୍ଟ୍ରପତିଙ୍କ ରୁଚି ଓ ବ୍ୟକ୍ତିଗତ ପସନ୍ଦ ଉପରେ ରାଇସିନା ହିଲସର ଭବ୍ୟ ରାଷ୍ଟ୍ରପତି ଭବନରେ ଆସିଥାଏ କିଛି ପରିବର୍ତ୍ତନ । ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ହେବା ଓଡ଼ିଶାବାସୀଙ୍କୁ ନିଶ୍ଚିନ୍ତ ଭାବେ ଉତ୍ସାହିତ କରିଛି । ଏହାରି ଭିତରେ ନୂଆ ରାଷ୍ଟ୍ରପତିଙ୍କ ଅମଳରେ ରାୟସିନା ହିଲରେ କିଚେନରେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ସ୍ଥାନ ପାଇବ ବୋଲି ଆଲୋଚନା ହେଲାଣି । ସୋସିଆଲ ମିଡିଆରୁ ମେନ୍ ଷ୍ଟ୍ରିମ୍ ମିଡିଆ ସବୁଠି ଏବେ ଓଡ଼ିଶାର ପଖାଳ ଓ ସଜନା ଶାଗକୁ ନେଇ ଚର୍ଚ୍ଚା । ଓଡ଼ିଆଙ୍କ ଆତ୍ମା ଓ ପ୍ରାଣ ପଖାଳରେ ହିଁ ସନ୍ତୁଷ୍ଟି ପାଇଥାଏ । ମହାମହିମ ମୁର୍ମୁ ମଧ୍ୟ ପଖାଳ ପ୍ରିୟ । ପଖାଳ ସହିତ ସେ ସଜନା ଶାଗ ଭଜା ଖାଇବାକୁ ପସନ୍ଦ କରନ୍ତି । ସଜନା ଶାଗ ଓ ପଖାଳ ତାଙ୍କର କେତେ ପ୍ରିୟ ଏହା ମୁର୍ମୁଙ୍କ ସମ୍ପର୍କୀୟ କୁହନ୍ତି । ମୁର୍ମୁ ତାଙ୍କ ବାପଘର ମୟୁରଭଂଜର ଉପରବେଡାକୁ ଯେତେବେଳେ ବି ଯାଆନ୍ତି ଆଗୁଆ କରିଥାନ୍ତି ପଖାଳର ଫର୍ମାଇସ୍ । ଫୋନରେ ନିଜ ଭାଉଜ ଶାକ୍ୟମୁନୀଙ୍କୁ ପଖାଳ ଓ ସଜନା ଶାଗ ପ୍ରସ୍ତୁତ କରିବାକୁ କହିଥାନ୍ତି । ଯେହେତୁ ମୁ୍ର୍ମୁ ପଖାଳ ପ୍ରିୟ ତେଣୁ ରାଷ୍ଟ୍ରପତି ଭବନର କିଚେନରେ ଆଗକୁ ଯଦି ପଖାଳ ଓ ସଜନା ଶାଗ ସ୍ଥାନ ପାଇବ । ମୁର୍ମୁ ସମ୍ପୂର୍ଣ୍ଣ  ନିରାମିଷାଶୀ । ୨୦୧୩ରେ ବଡ଼ପୁଅର ଅଚାନକ ଦେହାନ୍ତ ପରଠାରୁ ଦ୍ରୌପଦୀ ଆମିଷ ଛାଡି଼ ଦେଇଛନ୍ତି । ସେ କେବଳ ଆମିଷ ନୁହେଁ , ପିଆଜ କିମ୍ବା ରସୁଣ ମଧ୍ୟ ଖାଆନ୍ତି ନାହିଁ । ଶିବଭକ୍ତ ଦ୍ରୌପଦୀ ପାହନ୍ତା ୩.୩୦ରେ ବିଛଣା ଛାଡନ୍ତି । ଏହା ପରେ ଧ୍ୟାନ ଓ ଯୋଗ କରନ୍ତି । ରାଷ୍ଟ୍ରପତିଙ୍କ ଆହାର ବହୁତ ସାଧାରଣ । ସକାଳେ ସେ ଘରେ ଯାହା ଥାଏ ତାକୁ ଜଳଖିଆ ଭାବେ ନେଇଥାନ୍ତି । ଦି’ପହରରେ ଭାତ ଓ ରୁଟି ଖାଆନ୍ତି । ରାତିରେ ଫଳାହାର କରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com