ଓଡ଼ିଶା

ପାତ୍ରପୁର ବ୍ଲକ୍ ଅଧୀନସ୍ଥ ସୁରଙ୍ଗୀ ମଣ୍ଡଳର ବିଜେପି କର୍ମକର୍ତ୍ତାଙ୍କ କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର, ୨୮/୦୭/୨୦୨୨- ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଲକ୍ ଅଧୀନସ୍ଥ ସୁରଙ୍ଗୀ ମଣ୍ଡଳର ବିଜେପି କର୍ମକର୍ତ୍ତାମାନଙ୍କ କାର୍ଯ୍ୟ କାରିଣୀ ବୈଠକ ତୁରୁବୁଡି ପଞ୍ଚାୟତର ବାଉଳିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ଉପସ୍ଥିତ ରହିଥିବା ବେଳେ ଚିକିଟି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦେଇଥିଲେ । ଏଥିସହ ସୁରଙ୍ଗୀ ମଣ୍ଡଳ ସଭାପତି ରଞ୍ଜନ ପ୍ରଧାନଙ୍କ ନେତୃତ୍ଵରେ ଜୋନ୍ ର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ, ପାତ୍ରପୁର ବ୍ଲକ୍ ଅଧ୍ୟକ୍ଷା ଓ୍ବାଇ. ସଂଯୁକ୍ତା ରେଡ୍ଡି ଗଞ୍ଜାମ ଜିଲ୍ଲାର ଉପ ସଭାପତି ଓ୍ବାଇ.ମୋହନ ରାଓ, ସାଧାରଣ ସମ୍ପାଦକ ପ୍ରଭାତ ଷଡଙ୍ଗୀ, ବିଧାନସଭା ସଂଯୋଜକ ଆପନା ପ୍ରଧାନ, ମଣ୍ଡଳ ସଭାପତି ଅଜିତ ପ୍ରଧାନ ଅଞ୍ଚଳର ସମସ୍ତ କର୍ମକର୍ତ୍ତାମାନଙ୍କ ଉପସ୍ଥିତରେ ରାଜନୈତିକ ଚିଠା ଆଗତ କରାଯାଇଥିଲା । ଦଳୀୟ କର୍ମକର୍ତ୍ତା ଲୋକଙ୍କ ସେବା କରି ଯେପରି ୨୦୨୪ ଆଗାମୀ ନିର୍ବାଚନ ଚିକିଟିରେ ଯେପରି ଭାଜପା ସମର୍ଥିତ ପ୍ରାଥୀ ବିଜୟ ହେବେ ତାହା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ସମସ୍ୟା ଲୋକଙ୍କୁ କାମ ଯୋଗାଇ ରୋଜଗାର କ୍ଷମ ହେବା, ବାର୍ଦ୍ଧକ୍ୟ ଭତ୍ତା, ଏବଂ ରାସନ କାର୍ଡ କିପରି , କେନ୍ଦ୍ର ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂଲୋକଙ୍କ ପାଖରେ ପହଞ୍ଚିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com