ଓଡ଼ିଶା

ବିଜେପି ଜରଡା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, ୩୦/୦୭/୨୦୨୨- ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ସାମନ୍ତରାପୁର ପଞ୍ଚାୟତ ଅନ୍ତର୍ଗତ ଖାରିଆ ଗ୍ରାମ କଳ୍ପେଶ୍ଵର ମହାଦେବଙ୍କ ପୀଠରେ ବିଜେପି ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜରଡା ମଣ୍ଡଳର ଏହି ବୈଠକରେ ମୁଖ୍ୟ ଅତିଥିଭାବେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା ଏବଂ ଜିଲ୍ଲା ଉପ ସଭାପତି ମୋହନ ରାଓ, ବିଧାନସଭା ସଂଯୋଜକ ଆପନା ପ୍ରଧାନ, ୩୪ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଏମ୍ କାମାରାଜୁ, ଏସ୍ ଟି ମୋର୍ଚ୍ଚା ସଭାପତି ଧନୁ ସବର, ଜରଡା ମଣ୍ଡଳ ସାଧାରଣ ସମ୍ପାଦକ କେଦାର ମହାନ୍ତି, ରାକେଶ ରେଡ୍ଡୀ, ରଞ୍ଜନ ପ୍ରଧାନ ଓ ଭେଙ୍କଟ ସନ୍ତୋଷ ପାତ୍ରଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ । ଜରଡା ମଣ୍ଡଳର ଉନ୍ନତମାନର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଦଳୀୟ କର୍ମୀମାନଙ୍କୁ ଲୋକଙ୍କୁ ଉଚିତ ସେବା ଯୋଗାଇ ଦେବା ସହିତ ଲୋକ ମାନଙ୍କ ନିକଟତର ହୋଇ ଯେପରି ଆସନ୍ତା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଜୟୀ କରିବା ପାଇଁ କର୍ମୀମାନଙ୍କୁ ଉପଦେଶ କହିଥିଲେ। ଏଥି ସହିତ ଆସନ୍ତା ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣଙ୍କୁ ଘରେ ଘରେ ଜାତୀୟ ପତାକା ଲଗାଇବା ପାଇଁ ଅନୁରୋଧ କରିଥିଲେ। ଶେଷରେ ସଭାପତି ଅଜିତ ପ୍ରଧାନ ସଭା ସମାପ୍ତ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com