ଓଡ଼ିଶା

ଖୁବଶୀଘ୍ର ସମାଧାନ ହେବ ଓଲିଉଡ ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ନେଇ ସୃଷ୍ଟି ହୋଇଥିବା ବିବାଦ

ଭୁବନେଶ୍ୱର, ୩୦/୦୭/୨୦୨୨-  ଖୁବଶୀଘ୍ର ସମାଧାନ ହେବ ଓଲିଉଡ ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ନେଇ ସୃଷ୍ଟି ହୋଇଥିବା ବିବାଦ । ଏନେଇ ସୂଚନା ଦେଇଛନ୍ତି ବାବୁସାନଙ୍କ ଘନିଷ୍ଠ ବନ୍ଧୁ ରବି ମିଶ୍ର । ତୃପ୍ତି ବାବୁଙ୍କ ବିରୋଧରେ ମାମଲା ଦାୟର କରିଥିବାବେଳେ ସେ ଏହାକୁ ଖୁବଶୀଘ୍ର ଉଠାଇ ନେବେ ବୋଲି ସୂଚନା ଦେଇଛନ୍ତି ରବି । ଶୁକ୍ରବାର ସେ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତିଙ୍କ ଘରକୁ ଯାଇ ଏହି ମାମଲାର ସମାଧାନ ପାଇଁ ଆଲୋଚନା କରିଥିଲେ ।  ତୃପ୍ତିଙ୍କ ସହ ଫୋନରେ କଥା ହୋଇଛନ୍ତି ବାବୁସାନ । ଏହି କଥାବାର୍ତ୍ତା ସମୟରେ ତୃପ୍ତି ବାବୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ରାତି ଅଧରେ ନିଜ ପରିବାର ସହ ବାବୁ ଜନ୍ମଦିନ ପାଳନ କରୁଥିବା ବେଳେ ତୃପ୍ତିଙ୍କୁ ଭିଡିଓ କଲ କରିଥିଲେ । ମାତ୍ର ତୃପ୍ତି କଲ ଉଠାଇ ନଥିଲେ । ପ୍ରକୃତିଙ୍କ ସହ ବାବୁଙ୍କ ସମ୍ପର୍କ କାରଣରୁ ତୃପ୍ତି ବାବୁଙ୍କ ଉପରେ ଅଭିମାନ କରି କଥା ହୋଇ ନଥିଲେ । କେବଳ ପୁଅ ଗୁହାନ ସହ ବାବୁଙ୍କ କଥା କରାଇଥିଲେ । ଶନିବାର ବାବୁସାନ ମାଆ ଅପରାଜିତାଙ୍କ ସହ ଖାରବେଳ ନଗର ଥାନାକୁ ଯାଇଥିଲେ । ସେଠାରେ ପୋଲିସ ତାଙ୍କୁ କିଛି ସମୟ ଜେରା କରିଥିଲା । ପୂର୍ବରୁ ଆଗୁଆ ଜାମିନ ପାଇଁ ବାବୁ ଗତ ୨୭ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ତୃପ୍ତି ତାଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ପରେ ମାମଲାର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ମଧ୍ୟ ଏହି ମାମଲାର ସମାଧାନ ହୋଇଯାଉ ବୋଲି କହିଥିଲେ । ତେବେ ଆଜି ସନ୍ଧ୍ୟାରେ ବାବୁଙ୍କ ଜନ୍ମଦିନରେ ପୁଅଙ୍କ ସହ ତୃପ୍ତି ଆସିବେ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com