ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ବୃନ୍ଦାବନ ବାଡତ୍ୟାଙ୍କ ଶାୟାହ୍ନର ସଂଳାପ ଉନ୍ମୋଚିତ

ବ୍ରହ୍ମପୁର; ୨୯-୦୮ ବ୍ରହ୍ମପୁର ସାହିତ୍ୟ ପରିଷଦ ପକ୍ଷରୁ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଡେଙ୍ଗାଡି ସ୍ଥିତ ଶ୍ୟାମସୁନ୍ଦର ଉଚ୍ଚ ବିଦ୍ୟାଳୟ ପରିସରରେ ସାହିତ୍ୟ ସଭା ପୁସ୍ତିକା ଉନ୍ମୋଚନ ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସାହିତ୍ୟ ପରିଷଦ ସଭାପତି କବି ଶୁଶାନ୍ତ ଦାଶଙ୍କ ସଂଯୋଜନାରେ ଆୟୋଜିତ ସାରସ୍ଵତ  କାର୍ଯ୍ୟକ୍ରମରେ ଶିକ୍ଷାବିତ ସଞ୍ଜୟ କୁମାର ପାଳ ଉଦଘାଟନ କରିଥିଲେ । ବିଶିଷ୍ଟ କବି ଗୌରଚନ୍ଦ୍ର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନ କବିତା ପାଠୋତ୍ସବରେ ମୁଖ୍ୟଅତିଥି ବରିଷ୍ଠ ନାଟ୍ୟକାର କୃଷ୍ଣଚନ୍ଦ୍ର ସେଠୀ ମୁଖ୍ୟବକ୍ତା ସାନଖେମୁଣ୍ଡି ସାହିତ୍ୟ ସଂସଦର ସଭାପତି ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କବୟିତ୍ରୀ ସୁଚେତା ପାଣିଗ୍ରାହୀ ଓ ନିହାରିକା ସାହୁ ସଂଯୋଜନା କରିଥିଲେ । କବି ଶୁଶାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନ ସମ୍ବର୍ଦ୍ଧନା ଓ ଉନ୍ମୋଚନ ପର୍ବରେ ମୁଖ୍ୟଅତିଥି କବି ଶରତଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ସାହିତ୍ୟ ଆଶାର ସଂଯୋଜକ କବି ମିହିର ତ୍ରିପାଠୀ ସମ୍ମାନିତ ବକ୍ତା କବି ପ୍ରଫୁଲ୍ଲ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ସାମ୍ୱାଦିକ ତଥା ସାହିତ୍ୟିକ ବିନାୟକ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ବ୍ରହ୍ମପୁର ସାହିତ୍ୟ ପରିଷଦ ପକ୍ଷରୁ ପ୍ରକାଶିତ ଓ ନିଃଜରା କବି ବୃନ୍ଦାବନ ବାଡତ୍ୟାଙ୍କ ଲିଖିତ କବିତା ବହି ‘ ସାୟାହ୍ନ ର ସଂଳାପ ‘ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟକବି ଗଜାନନ ମିଶ୍ର ଓ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ପାଳଙ୍କୁ ବ୍ରହ୍ମପୁର ସାହିତ୍ୟ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com