ଅନ୍ୟାନ୍ୟ

ଭିଜିଲାନ୍ସ ଜାଲରେ ପୋଲିସ୍‌ ବାବୁ, ୩୦ ହଜାର ଟଙ୍କା ନେବାବେଳେ ଧରାପଡ଼ିଲେ…

ଢେଙ୍କାନାଳ,  ୩୦.୦୮. ୨୦୨୨,  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି  ଢେଙ୍କାନାଳ, ସଦର ଥାନା ଡିଏସ୍‌ପି ଇନ୍‌-ଚାର୍ଜ ଅଭିନବ ଡାଳୁଆ । ୩୦ ହଜାର ଟଙ୍କା ନେବାବେଳେ,ଭିଜିଲାନ୍ସ ଟିମ୍‌  ତାଙ୍କୁ ଧରିଥିବା ସୂଚନା ମିଳିଛି। ଅଭିନବ ଡାଳୁଆ ଜଣେ କୋଇଲା ଟ୍ରକ ମାଲିକଙ୍କ ଠାରୁ, ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ପାଇ ଭିଜିଲାନ୍ସ ଟିମ୍‌ ଅଚାନକ୍‌ ଚଢ଼ଉ କରି ତାଙ୍କୁ ଧରିଥିଲା।ଆୟବର୍ହିଭୂତ ସମ୍ପତ୍ତି ଠୁଳ ଲିଙ୍କ୍‌ରେ, ଭିଜିଲାନ୍ସ ଟିମ୍‌  ଅଭିନବ ଡାଳୁଆଙ୍କ ୮ଟି ସ୍ଥାନରେ ଚଢ଼ଉ କରିଛି। ଲାଞ୍ଚ ନଦେଲେ କୋଇଲା ପରିବହନ ପାଇଁ ଅନୁମତି ମିଳିବ ନାହିଁ ବୋଲି ଅଭିନବ ଡାଳୁଆ ଅଭିଯୋଗକାରୀଙ୍କୁ ପୂର୍ବରୁ ଧମକ ଦେଇଥିଲେ। ଅଭିଯୋଗକାରୀ ଅଗଷ୍ଟ ୨୪ରେ ୧୫ ହଜାର ଟଙ୍କା ଡିଏସ୍‌ପି ଇନ୍‌-ଚାର୍ଜଙ୍କୁ ଦେଇଥିଲେ।

ପୋଲିସ୍‌ ବାବୁ ତାଙ୍କୁ ଆହୁରି ଅଧିକ ଟଙ୍କା ମାଗିଥିଲେ। ଶେଷରେ ସମ୍ପୃକ୍ତ ବ୍ୟକ୍ତି ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

 

 

 

 

 

Related Articles

Back to top button