ଅନ୍ୟାନ୍ୟ

ଗହୀରମଥାରେ ଅଲିଭରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

ରାଜନଗର, ୨୩/ ୦୩/ ୨୦୨୩ –  କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ ଅଲିଭରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦୁଇ ଦିନରେ ଏହି ସଂଖ୍ୟା ଭଲ ଥିବାରୁ ଚଳିତବର୍ଷ ରେକର୍ଡ ସଂଖ୍ୟକ ଅଣ୍ତାଦାନ ହେବା ନେଇ ଆଶା ପ୍ରକାଶ ପାଇଛି । କଇଁଛମାନେ ଗହୀରମଥାର ନାସୀ–୨ ବାଲୁକା ଶଯ୍ୟାକୁ ଉଠି ସମୂହ ଅଣ୍ଡାଦାନରେ ସାମିଲ ହୋଇଛନ୍ତି ।

ଗତ ୯ ତାରିଖରେ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି ।  ୨ ଦିନରେ ୩ ଲକ୍ଷ ୨ହଜାର ୫୮ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।

ବନବିଭାଗ ତଥ୍ୟ ଅନୁସାରେ ଗଣଅଣ୍ତାଦାନ ପକ୍ରିୟାରେ ୨୦୧୭–୨୦୧୮ରେ ୬ ଲକ୍ଷ ୬୪ହଜାର ୯୭, କଇଁଛ , ୨୦୧୮–୧୯ରେ ୪ ଲକ୍ଷ ୫୦ ହଜାର ୯୪୯, ୨୦୧୯–୨୦ରେ ୪ ଲକ୍ଷ ୭ହଜାର ୨୦୪ଟି କଇଁଛ, ୨୦୨୦–୨୧ରେ ୩ ଲକ୍ଷ ୪୯ ହଜାର ୬୪୯, ୨୦୨୧–୨୨ରେ ୫ ଲକ୍ଷ ୧ହଜାର ୧୫୭ଟି କଇଁଛ ଗଣ ଅଣ୍ତାଦାନ ପକ୍ରିୟାରେ ସାମିଲ ହୋଇଥିଲେ ।

କଇଁଛଙ୍କ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହେବା ଦିନଠାରୁ ଗହୀରମଥାର ନାସୀ ଦ୍ୱୀପଠାରୁ ଅଳ୍ପ ଦୂରରେ ଥିବା ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟିର ଉଜ୍ଜ୍ଵଳ ଆଲୋକକୁ ବନ୍ଦ କରାଯାଇଛି । ଏମାନଙ୍କ ସୁରକ୍ଷା ପାଇଁ ୩ କି.ମି. ଯାଏ ବାଡ ବୁଜାଯିବା ସହ ବନ କର୍ମଚାରୀମାନେ ଅଣ୍ତାଦାନ ସ୍ଥଳକୁ ଜଗି ରହିଛନ୍ତି । ରାଜନଗର ଓ ଭଦ୍ରକ ଡିଭିଜନ ପକ୍ଷରୁ ଅଲିଭରିଡଲେଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com