ଅନ୍ୟାନ୍ୟ

କଟକରେ ଲଜ୍ଜା, ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର

ଭୁବନେଶ୍ୱର: ସିଲଭର ସିଟି କଟକରୁ ଆସିଛି ଏକ ଲଜ୍ଜ୍ୟା ଜନକ ଘଟଣା I ବକ୍ସିବଜାର ପେନସନ ଲେନ ଅଞ୍ଚଳର ଜଣେ 60 ବର୍ଷ ବୟସ୍କା ବୃଦ୍ଧାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି I ମହିଳା ଜଣକ ଘରେ ଏକା ଥିବା ବେଳେ ଦୁର୍ବୁତ୍ତ ଜଣକ ଏହାର ଫାଇଦା ନେଇଥିଲା I ଘରେ ପଶି ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା । ଏନେଇ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ ।

ଏହି ଘଟଣାରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ,ବୃଦ୍ଧାଙ୍କ ଏତଲା ଆଧାରରେ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ସଠିକ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦେବ । ଅନ୍ୟପଟେ ଏହି ଘଟଣାରେ ଦୋଷୀକୁ ଶୀଘ୍ର ଗିରଫ କରିବା ନେଇ ଡିସିପିଙ୍କୁ ଭେଟି ଦାବି ଜଣାଇଛି ନଗର କଂଗ୍ରେସ।

Related Articles

Back to top button
WP Twitter Auto Publish Powered By : XYZScripts.com