ବିଜ୍ଞାନ ଓ ପ୍ରଯୁକ୍ତି

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ନୂଆ କଳାକାର ଚୟନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର, ୨୧/୧୦/୨୦୨୨-  ଚଳିତ ବର୍ଷ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆୟୋଜିତ ହେବ । ୭୫ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି ବରଗଡ ଧନୁଯାତ୍ରା କମିଟି । ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ବରଗଡ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ, ନୂଆ କଳାକାର ଚୟନ କରିବାକୁ ନିଷ୍ପତ୍ତି ନେଇଛି କମିଟି । ଧନୁଯାତ୍ରା କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ଅନୁସାରେ କଳାକାର ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମହାରାଜା କଂସ ସମେତ ୧୧ଟି ଚରିତ୍ର ପାଇଁ କଳାକାର ଚୟନ ହେବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ଡିସେମ୍ବର ୨୭ ରୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ଧନୁଯାତ୍ରା ।

 

Related Articles

Back to top button
WP Twitter Auto Publish Powered By : XYZScripts.com