ଓଡ଼ିଶା

ବିଜେପି ପ୍ରତିନିଧି ଦଳଙ୍କ ଖଲଣା ଗ୍ରସ୍ତ; ମୃତ ସୁନନ୍ଦ ସେଠୀଙ୍କ ପରିବାରକୁ ଜଣାଇଲେ ସମବେଦନା

ଆନନ୍ଦପୁର, ୧୮/୦୭/୨୦୨୨-  ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲଣା ଗ୍ରାମରେ  ୧୪ ତାରିଖ ଗୁରୁବାର ଦିନ ଯୁବ ସମାଜସେବୀ ସୁନନ୍ଦ ସେଠୀଙ୍କୁ ବିଜେଡି ଦଳର ସମର୍ଥକ ଅକ୍ଷୟ କୁମାର ଘୋଷଙ୍କ ନେତୃତ୍ବରେ ବହୁ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଓ ବନ୍ଧୁକ ସାହାଯ୍ୟରେ ଆକ୍ରମଣ କରି  ହତ୍ୟା କରିଥିଲେ। ଘଟଣାର ସରଜମୀନ ତଦନ୍ତ କରିବା ପାଇଁ ଆଜି ବିଜେପିର ଏକ ରାଜ୍ୟ ସ୍ତରୀୟ ପ୍ରତିନିଧି ଦଳ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ନାରାୟଣ ଧଳଙ୍କ ନେତୃତ୍ଵରେ, ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ ଓ ବିଜେପି ଘସିପୁରା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ପୃଥିରାଜ କୁଅଁରଙ୍କ ସମେତ ବହୁ ନେତୃବୃନ୍ଦ ଖଲଣା ଗ୍ରାମକୁ ଯାଇ ଗୁଳିକାଣ୍ଡରେ ମୃତ୍ୟୁ ବରଣ କରିଥିବା ସୁନନ୍ଦ ସେଠୀଙ୍କ ପରିବାରକୁ ଭେଟି ଘଟଣାର ବିଷୟରେ ଆଲୋଚନା କରିଥିଲେ। ଏହି ନିର୍ମମ ହତ୍ୟାକାଣ୍ଡରେ ବିଧାୟକଙ୍କ ପୁତ୍ର ଦେବାଶିଷ ପାତ୍ର  ଓ ପ୍ରଦୀପ ସାହୁଙ୍କ ନିଦ୍ଦେର୍ଶ କ୍ରମେ ହେଇଥିବା ପରିବାର ଓ ଗ୍ରାମବାସୀ ମାନେ ବିଜେପି ପ୍ରତିନିଧି ଦଳ ଆଗରେ ପ୍ରକାଶ କରିଥିଲେ। ସୁନନ୍ଦ ସେଠୀ ପରିବାରକୁ ଶେଷ କରିଦେବା ପାଇଁ ମଧ୍ୟ ଧମକ ମିଳୁଥିବାର ପରିବାର ଲୋକେ କହିଥିଲେ। ଖଲଣା ଗ୍ରାମର ଲୋକ ମାନେ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ଅବସ୍ଥାରେ ଅଛନ୍ତି। ଘଟଣା ର ୪ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ପୋଲିସ ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଏହି ହତ୍ୟାକାଣ୍ଡକୁ ବିଜେପି ପ୍ରତିନିଧି ଦଳ ନିନ୍ଦା କରିବା ସହିତ ସମ୍ପୃକ୍ତ ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି। ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ରଙ୍କ ଦ୍ଵାରା ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଇ ଆତଙ୍କରାଜ କରାଯାଉଥିବା ପ୍ରତିନିଧି ଦଳ କହିଛନ୍ତି। ଏଣୁ  ଦେବାଶିଷ ପାତ୍ରଙ୍କୁ ଜାତୀୟ ନିରାପତ୍ତା ଆଇନ ଦ୍ଵାରା ଗିରଫ କରିବା ପାଇଁ ବିଜେପି ପ୍ରତିନିଧି ଦଳ ଦାବୀ କରିଛନ୍ତି। ନହେଲେ ଆଗାମୀ ଦିନରେ ବିଜେପି ତରଫରୁ ଆନ୍ଦୋଳନ କରାଯିବ ବୋଲି  ପୃଥିରାଜ କୁଅଁର ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଶ୍ରୀ ବାଇଧର ଚିଦ୍ରା, ଶ୍ରୀନିବାସ ବାରିକ, ଅଶୋକ କୁମାର ସାହୁ, ରଞ୍ଜନ କୁମାର ପାତ୍ର, ଅଜିତ୍ କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com