ଅନ୍ୟାନ୍ୟ

TMC ନେତାଙ୍କ ଘରେ ବୋମା ବିସ୍ଫୋରଣ ନିର୍ବାଚନୀ ହିଂସା

ଭୁବନେଶ୍ୱର,୦୩/୧୨/୨୦୨୨- ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଘରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ସମସ୍ତ  ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । TMC ନେତା ଅଭିଷେକ ବାନାର୍ଜୀଙ୍କ ଏକ ସଭା ପୂର୍ବରୁ ବିସ୍ଫୋରଣ ଘଟିଛି ।

ଭୂପତିନଗର ଥାନା ଅଧୀନ ଭଗବାନପୁର ଅନ୍ତର୍ଗତ ନାର୍ଯ୍ୟବିଲା ଗ୍ରାମରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣରେ TMC ବୁଥ୍ ସଭାପତି ରାଜ କୁମାର ମାନ୍ନାଙ୍କ ଘର ଉଡିଯାଇଛି । ଟିଏମସି କର୍ମୀଙ୍କ ଘରେ ହାତତିଆରି ବୋମା ଗଚ୍ଛିତ ଥିବା କାରଣରୁ ଏହି ବିସ୍ଫୋରଣ ଘଟିଥିବା ପୋଲିସ କହିଛି । 2023 ପ୍ରାରମ୍ଭରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜ୍ୟରେ ହିଂସା ବଢୁଥିବା କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com