ଅନ୍ୟାନ୍ୟ
ବିହାରରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ପିଟିଲା ପୋଲିସ
![](https://i0.wp.com/odia.mobilenews24x7.com/wp-content/uploads/2023/01/BIHAR-STUDENTS-e1672833643434.jpg?resize=580%2C304&ssl=1)
ପାଟନା, ୦୪/୦୧/୨୦୨୩ – ବିହାର ରାଜ୍ୟ କର୍ମଚାରୀ ଚୟନ ଆୟୋଗ ସିଜିଏଲ – ୩ ପରୀକ୍ଷା ବାତିଲ କରୁ । ଏହି ଦାବି ନେଇ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ବୁଧବାର ପୋଲିସ ଲାଠିଚାର୍ଜ କରିଛି । ଆଜି ସକାଳେ ପାଟନା କଲେଜରୁ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଆସୁଥିବାବେଳେ ପ୍ରଥମେ ପୋଲିସ ଛାତ୍ରଛାତ୍ରୀମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ଛାତ୍ରଛାତ୍ରୀମାନେ ନ ମାନିବାରୁ ପୋଲିସ ସେମାନଙ୍କ ଉପରକୁ ଲାଠିଚାର୍ଜ କରିଛି ।
ତେବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି କି, ସେମାନେ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଛି । ପ୍ରଶ୍ନପତ୍ର ଲିକ୍ ହୋଇଥିବାରୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ବାତିଲ ସହିତ ଏହି ମାମଲାରେ CBI ତଦନ୍ତ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।