ଅନ୍ୟାନ୍ୟ

ଚୂନ ଖଣି ଧସି ୭ ଶ୍ରମିକ ମୃତ

ନୂଆଦିଲ୍ଲୀ: ଚୂନ ପଥର ଖସି ୭ ଶ୍ରମିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଛତିଶଗଡ଼ ରାଜ୍ୟର ଜଗଦଲପୁର ଅଞ୍ଚଳରେ ଘଟିଯାଇଛି । ବସ୍ତରର ଜଗଦଲପୁର ଠାରୁ ୧୧ କିଲୋମିଟର ଦୂରରେ ଥିବା ମାଲଗାଓଁରେ ହଠାତ ଚୂନ ଖଣି ଧସି ଯାଇଥିଲା । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଗ୍ରାମବାସୀ ଫସି ରହିଥିବା କୁହାଯାଉଛି । ତେବେ ଦୁର୍ଘଟଣାସ୍ଥଳରେ ଆହୁରି ଅନେକ ଲୋକ ଫସି ରହିଛନ୍ତି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଏବଂ ଏସଡିଆରଏଫ ଟିମ ଅନୁସନ୍ଧାନ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୨ ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com