Featured

ଟ୍ୱିଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ସର୍ଭର ଡାଉନ ! ଚିନ୍ତାରେ ଉପଭୋକ୍ତା

ଭୁବନେଶ୍ୱର: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର, ଫେସବୁକ ଏବଂ ଇନଷ୍ଟାଗ୍ରାମରେ ସାରା ବିଶ୍ୱରେ ହଜାର ହଜାର ବ୍ୟବହାରକାରୀଙ୍କ ପାଇଁ ସର୍ଭର ଡାଉନ ଅଛି ବୋଲି ଜଣାପଡିଛି। ଯୁକ୍ତରାଷ୍ଟ୍ର ଉପଭୋକ୍ତାଙ୍କ ସର୍ବାଧିକ ଅଘଟଣ ଘଟିଥିବାର ଜଣାଯାଇଛି। ଅନେକ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି ଯେ ସେମାନେ ନୂଆ ଟ୍ୱିଟ୍ ପୋଷ୍ଟ କରିବାରେ ସମୟ ହେଉଛି । ପୋଷ୍ଟ କରିବା ପୂର୍ବରୁ ଏକ ବାର୍ତ୍ତା ଆସୁଛି, ଟ୍ୱିଟ୍ ପଠାଇବା ପାଇଁ ଆପଣ ଦୈନିକ ସୀମା ଅତିକ୍ରମ କରିଛନ୍ତି।

ସେପଟେ ଏଭଳି ସମସ୍ୟା ଜାଣିବା ପରେ ଟ୍ୱିଟର କହିଛି, “ତୁମମାନଙ୍କ ଆଶା ଅନୁସାରେ ଟ୍ୱିଟର କାମ କରୁନାହିଁ। ଅସୁବିଧା ପାଇଁ ଆମେ ଦୁଃଖିତ। ଏହାର ସମାଧାନ ପାଇଁ ଆମେ କାର୍ଯ୍ୟ କରୁଛୁ।”

୧୨,୦୦୦ ରୁ ଅଧିକ ଫେସବୁକ ବ୍ୟବହାରକାରୀ ତ୍ରୁଟି ବିଷୟରେ ଜଣାଇଥିଲେ ଏବଂ ଇନଷ୍ଟାଗ୍ରାମର ପ୍ରାୟ ୭,୦୦୦ ଉପଭୋକ୍ତା ସମାନ ରିପୋର୍ଟ କରିଥିଲେ।

ଫେସବୁକର ଅନଲାଇନ୍ ମେସେଜିଂ ସେବା ମେସେଞ୍ଜର ସହିତ ଉପଭୋକ୍ତାମାନେ ମଧ୍ୟ ସମସ୍ୟା ହେଉଥିବାର ମଧ୍ୟ ଜଣାଇଥିଲେ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com